ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକରେ ଲାଗିବ ସତର୍କ ସୂଚନା

0
43

ବାଲେଶ୍ୱର: ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଜିଲ୍ଲା ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥ ସମେତ ଅନ୍ୟାନ୍ୟ ମୁଖ୍ୟ ରାସ୍ତା ଗୁଡ଼ିକର ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡ଼ିକରେ ସତର୍କ ସୂଚନା ଲଗାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଯେଉଁସବୁ ରାସ୍ତାକୁ ଲାଗି ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ରହିଛି ସେସବୁ ସ୍ଥାନରେ ଛାତ୍ରଛାତ୍ରୀ ପ୍ରବେଶ ଓ ପ୍ରସ୍ଥାନ ବେଳେ ବିଶେଷ ଦୃଷ୍ଟି ଦେବାକୁ ପଦକ୍ଷେପ ନିଆଯିବ । ରାସ୍ତାର ଜଙ୍ଗସନ୍ ପୂର୍ବରୁ ରମ୍ବଲର୍ସ ଲଗାଇବା ଏଣିକି କଡ଼ାକଡ଼ି କରାଯିବ । ଜାତୀୟ ରାଜପଥରେ କେତେକ ସ୍ଥାନରେ ନିର୍ମାଣ ଜନୀତ ତୃଟି ଥିବା ଯୋଗୁଁ ଉଭୟ କ୍ଷୀପ୍ରଗାମୀ ଓ ଭାରିଯାନ ଗୁଡ଼ିକର ସହଜ ଯାତ୍ରା ସମ୍ଭବ ହେଉନାହିଁ ବୋଲି ବୈଠକରେ ଉପସ୍ଥିତ ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର କୁମାର ପ୍ରକାଶ କରିଥିଲେ । ସଡ଼କ ଦୁର୍ଘଟଣା ପରେ ପୋଲିସ ଆଞ୍ଚଳିକ ପରିବହନ ଅଧିକାରୀ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ତଦନ୍ତ କରାଯିବା ଆବଶ୍ୟକତା ଥିବା ବେଳେ ରାଜପଥ କର୍ତ୍ତୃପକ୍ଷ ଏଥିରେ ସହଯୋଗ କରୁ ନଥିବା ଯୋଗୁଁ ବହୁ ସମୟରେ ଜନ ଅସନ୍ତୋଷ ସୃଷ୍ଟି ହେବା ସହ କେସ୍ ଗୁଡ଼ିକ ସ୍ଥଗିତ ହୋଇ ରହୁଥିବା ଗୃହରେ ପ୍ରକାଶ କରାଯାଇଥିଲା । ବହୁ ସମୟରେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚô ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ଜାତୀୟ ରାଜପଥ ତରଫରୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସ ରାଜଘାଟ ଠାରେ ରହୁଥିବା ହେତୁ ଏହା ସମୁଦ୍ରକୁ ଶଂଖେ ପାଣି ପରି ପ୍ରତୀତ ହେଉଛି । ତେଣୁ ଅନ୍ତତଃ ଆଉ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସଭ୍ୟମାନେ ଦାବି କରିଥିଲେ । ଏଥିସହିତ ଗୋଟିଏ କ୍ରେନ ନିୟୋଜିତ କରିବାକୁ ଦାବି ଉଠିଥିଲା । ବିଶେଷ ଭାବେ ରାଜପଥ ମେଣ୍ଟେନାନ୍ସ ଟିମ ସହ ଏହାକୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ତା’ଛଡ଼ା ରାଜପଥର ଫାଙ୍କା ଗୁଡ଼ିକ ନିକଟରେ ବୁସ୍ କଟ କରିବାକୁ କୁହାଯାଇଛି । ଦୁର୍ଘଟଣା ପୀଡ଼ିତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ତାଙ୍କୁ ତାଙ୍କର ମହତ କାର୍ଯ୍ୟ ପାଇଁ ୨ହଜାର ଟଙ୍କା ଆର୍ଥିକ ପୁରସ୍କାର ଦିଆଯିବାକୁ ଏଣିକି ସିଡିଏମ ସୁପାରିଶ କରିବେ । ଏଥିପାଇଁ ଜନସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଡାକ୍ତରଖାନା ଗୁଡ଼ିକରେ ନିୟମାବଳୀ ସୂଚନା ପ୍ରଦାନ କରାଯିବ । ଜିଲ୍ଲାର ସଦର ମହକୁମା ସମେତ ଅନ୍ୟ ତିନିଟି ପୋ÷ରାଞ୍ଚଳର ଟ୍ରାଫିକ ବହୁଳ ଛକ ଗୁଡ଼ିକରେ ବୈଦୁ୍ୟତିକ ସିଗନାଲ ସିଷ୍ଟମ ସଂସ୍ଥାପନ କରାଯିବ । ଜାତୀୟ ରାଜପଥ କେତେକ ସ୍ଥାନରେ ବିଶେଷ ଖାଲଖମା ହୋଇଥିବା ଯୋଗୁଁ ସପ୍ତାହକ ମଧ୍ୟରେ ମରାମତି କରିବାକୁ ଜିଲ୍ଲାପାଳ ତାଗିଦ କରିଥିଲେ । ନଚେତ୍ ଏଣିକି କୋ÷ଣସି ଦୁର୍ଘଟଣା ଜନିତ ଜନ ଅସନ୍ତୋଷ ଦେଖାଦେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେ ଚେତାଇ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମିନାକ୍ଷୀ ରାୟ, ଜାତୀୟ ରାଜପଥ ବାଲେଶ୍ୱର ଖଣ୍ଡର ପ୍ରକଳ୍ପ ନିଦେ୍ର୍ଦଶକ ଇଂ ପି.ନାଗେଶ୍ୱର ରାଓ, ଖଡ଼ଗପୁର ଡିଭିଜନର ପ୍ରତିନିଧି, ସାମ୍ବାଦିକ ଶିବ ଶଙ୍କର ଭୋଇ, କମିଟି ସଦସ୍ୟ ରବି ରାଉତ, ବିପ୍ଳବ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଜେନା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାସ ନିଆଲ, ଗ୍ରାମ୍ୟ ନିର୍ମାଣ ବିଭାଗ ୧,୨ ଓ ୩ଖଣ୍ଡର ନିର୍ବାହୀ ଯନ୍ତ୍ରୀ, ବାଲେଶ୍ୱର ମଟର ଆସୋସିଏସନର ସଭାପତି, ବସ ମାଲିକ ସଂଘର ସଭାପତି ପ୍ରମୁଖ ଉପସ୍ଥିତ ଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୋ÷ଧୁରୀ ବୈଠକ ସଂଚାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here