ଘର ଗୋଟେ ପରିବାର ପ।ଞ୍ଚ

0
27

ଆନନ୍ଦପୁର: ସରକାରଙ୍କ ସର୍ବଶିକ୍ଷା ଯୋଜନା ଅଧିନରେ ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଶିକ୍ଷାବିଭାଗର ସ୍ଥାନୀୟ ଅଧିକାରୀ ଓ ଠିକାଦାରଙ୍କ ମନୁମୁଖୀ କାର୍ଯ୍ୟ ଯୋଗୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କେବଳ କାଗଜ କଲମରେ ହିଁ ଚାଲୁଛି ବୋଲି ଦେଖିବାକୁ ମିଳୁଛି । ହାଟଡିହି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ପୁରାତନ ଅଣା ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ । ଏଠାରେ ପାଞ୍ଚୋଟି ଶ୍ରେଣୀର ପିଲାଙ୍କ ପାଇଁ କେବଳ ଗୋଟିଏ ମାତ୍ର ଶ୍ରେଣୀଗୃହ ରହିଛି । ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ବର୍ଷା ଆସିଲେ ବାଧ୍ୟ ହୋଇ ବହିବସ୍ତାନୀ ବାନ୍ଧି ଗୋଟିଏ ଶ୍ରେଣୀ ଗୃହରେ ଜାକିଜୁକି ହୋଇ ବସିବା ସାର ହେଉଛି । ଏପରି ଅବସ୍ଥାରେ ପ୍ରାଥମିକ ଶିକ୍ଷାର ଗତି ତଳକୁ ତଳକୁ ହେଉଥିବା ବେଳେ ଫେଲ୍ ବ୍ୟବସ୍ଥା ନଥିବା ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ । ନଚେତ୍ ପାଞ୍ଚୋଟି ଶ୍ରେଣୀର ପିଲାଙ୍କ ପାଇଁ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଦାନ ବ୍ୟବସ୍ଥାକୁ ଆମ ଶିକ୍ଷା ବିଭାଗ ହଜମ କରୁଛି କେମତି? ଏଥି ସହିତ ଉକ୍ତ ବିଦ୍ୟାଳୟ ପାଇଁ ନୂତନ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକାଦାରଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଯୋଗୁ ଠିକାଦାର ଆଜିପର୍ଯ୍ୟନ୍ତ ଉକ୍ତ ନୂତନ ଶ୍ରେଣୀଗୃହକୁ ତାଲା ପକାଇ ନିଜ ହାତରେ ରଖିଛନ୍ତି । ଫଳରେ ଶିକ୍ଷାଦାନ ବ୍ୟବସ୍ଥାରେ ନାନାଦି ବିଭ୍ରାଟ ସୃଷ୍ଟି ହେବା ସହ ନିରୀହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଛି ବୋଲି ଅଭିଯୋଗ ହେଉଛି । ତେଣୁ ତୁରନ୍ତ ବିଦ୍ୟାଳୟକୁ ନୂତନ ଶ୍ରେଣୀଗୃହ ହସ୍ତାନ୍ତର କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦୃଢଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here