ମହ।ଗଠବନ୍ଧନ କରି କ୍ଷମତା ହ।ତେଇବ। ଚକରରେ ରହିଛି କଂଗ୍ରେସ

0
79

ଭୁବନେଶ୍ୱର: ୧୯ ନିର୍ବାଚନ ପାଇଁ ଆଗୁଆ ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିଛି କଂଗ୍ରେସ। ତେବେ ନିଜ ଦମ୍ ଉପରେ ଭରସା ନଥିବାରୁ ମହାଗଠବନ୍ଧନ କରି ପୁଣି ଦିଲ୍ଲୀରେ କ୍ଷମତା ହାତେଇବା ଚକ୍କରରେ ରହିଛି ଦଳ। ତେଣୁ ବିଜେପିକୁ ବିରୋଧ କରୁଥିବା କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କୁ ନିଜ ପକ୍ଷକୁ ନେବା ପାଇଁ ଦଳ ଉଦ୍ୟମ ଆରମ୍ଭ କରିଛି। ଏହାଦ୍ୱାରା ଭୋଟ ବିଭାଜନକୁ ରୋକାଯିବା ସହ ବିଜେପିକୁ ଟକ୍କର ଦେବା ସହଜ ହେବ ବୋଲି କଂଗ୍ରେସ ଅନୁଭବ କରୁଛି। ସେଥିପାଇଁ ୩ଶହ ଲୋକସଭା ଆସନରେ ମେଣ୍ଟ ଗଠନ ଲାଗି ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ। ଏଥିରେ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କନ୍ଧମାଳ, ଜଗତ୍ସିଂହପୁର, ପୁରୀ ଭଳି ୧୦ଟି ସିଟ୍ ରହିଛି।

ଓଡ଼ିଶା ପାଇଁ ଦଳର ଷ୍ଟ୍ରାଟେଜି ହେଉଛି ଯେଉଁଠି ବିଜେଡି ସହ ଡାଇରେକ୍ଟ୍‌ ଫାଇଟ୍ ହୋଇଥିଲା, ସେଇ ଆସନକୁ ଟାର୍ଗେଟ କରିବ ଦଳ। କାରଣ ରାଜ୍ୟରେ ବିଜେପିର ସ୍ଥିତି ସେତେ ଭଲ ବୋଲି କଂଗ୍ରେସ ଅନୁଭବ କରୁନାହିଁ। ତେଣୁ ଗତ ନିର୍ବାଚନରେ ଦଳ ୨ ନମ୍ବରରେ ଥିବା ଆସନରେ ଛୋଟ ଛୋଟ ପାର୍ଟିକୁ ନିଜ ଆଡକୁ ନେବା ପାଇଁ ଉଦ୍ୟମ କରୁଛି। ସେଥିଲାଗି ବାମଦଳ ଓ ଜେଏମ୍ଏମ୍ ସହ ଆସନ ବୁଝାମଣା ଲାଗି କଂଗ୍ରେସ କଥାବାର୍ତ୍ତା ଆରମ୍ଭ କରିଦେଇଛି।

ତେବେ କଂଗ୍ରେସର ଏଭଳି ରଣନୀତି ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ବିଜେଡି ଓ ବିଜେପି କହିଛନ୍ତି ।

ବିଜେପିକୁ କ୍ଷମତାଚ୍ୟୁତ କରିବା ଲାଗି କଂଗ୍ରେସ ମହାମେଣ୍ଟର ପରିକଳ୍ପନା କରିଛି। ହେଲେ କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କ ଉଚ୍ଚାକାଂକ୍ଷା ଓ ନୀତିଆଦର୍ଶ ସହ ସାଲିସ୍ କରିବାରେ ଦଳ କେତେ ସଫଳ ହେଉଛି ତାହା ଉପରେ ହିଁ ନଜର।

LEAVE A REPLY

Please enter your comment!
Please enter your name here