ଆଜି ସୁନ।ବେଶ

0
23

ପୁରୀ:: ଆଜି ଆଷାଢ ଏକାଦଶୀ ତିଥିରେ ରଥାରୁଢ ଠାକୁରମାନେ ସୁନା ବେଶରେ ସଜିତ ହୋଇ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଶେଷ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଠାରୁ ମରଚିର୍କୋଟ ପର୍ଯ୍ୟନ୍ତ ବାରିଗେଟ୍ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁ ମାନେ ବାରିଗେଟ୍ ମଧ୍ୟ ଦେଇ ରଥରେ ସୁନାବେଶ ଦର୍ଶନ କରିବେ। ଶ୍ରୀଜୀଉମାନେ ଶ୍ରୀମନ୍ଦିର ଭିତରେ ବର୍ଷକୁ ୪ଥର ସୁନାବେଶରେ ଦର୍ଶନ ଦେଉଥିବା ବେଳେ ରଥ ଉପରେ ଗୋଟିଏ ଦିନ ସୁନା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସୁନାବେଶ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମଙ୍କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ୍ ବ୍ୟବସ୍ଥା କରିବା ସହ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here