ଅଶାନ୍ତ ସମୁଦ୍ର ପାଇଁ ୭୦୦ ଟ୍ରଲର୍ଙ୍କ ଘର ବାହୁଡ଼ା

0
53

ଧାମରା: ସମୁଦ୍ର ଭିତରେ ଉତ୍ତାଳ ଢେଉ ଉଗ୍ରରୂପ ନେଲେଣି । ଅଶାନ୍ତ ହୋଇ ପଡୁଛି ସମୁଦ୍ର । ତେଣୁ ମାଛ ଧରିବା ସମ୍ଭବପର ହେଉନାହିଁ । ଅନ୍ୟପକ୍ଷରେ ଧାମରା ଫିସରି ବିଭାଗ ଶନିବାର ଓ ରବିବାର ମାଇକ ଯୋଗେ ସ୍ଥଳଭାଗରେ ବାତ୍ୟା ଆସୁଛି ବୋଲି ପ୍ରଚାର କରିବା ପରେ ସବୁ ଟ୍ରଲରମାଲିକ ବେତାର ଯୋଗେ ନିଜ ଟ୍ରଲର କର୍ମଚାରୀଙ୍କୁ କୂଳକୁ ଫେରିଆସିବା ପାଇଁ କହିବା ପରେ ସମୁଦ୍ରରୁ ଜାଲ ଉଠାଇ ଘରମୁହାଁ ହେଲେଣି ଟ୍ରଲର ଓ ଗିଲେଟିନ୍ । ଧାମରା ମତ୍ସ୍ୟବିଭାଗର କର୍ମକର୍ତ୍ତା କୁହନ୍ତି ସମୁଦ୍ର ଭିତରେ ସାମୁଦ୍ରିକ ଝଡ ଏବେ ପ୍ରବଳ ବେଗରେ ସମୁଦ୍ରରେ ଗତି କରୁଛି, ଏହା ୮୦୦ କିଲୋମିଟର ଦୂରରେ ରହିଥିବାରୁ ଏହାର ଗତି ଧିର ରହିଛି । ସ୍ଥଳଭାଗକୁ ଯେତେ ପାଖେଇବ ଏହାର ଗତି ସେତେ ଦୃଢିଭୂତ ହେବ । ଅନ୍ୟପକ୍ଷରେ ଧାମରା, କାଣ୍ଡନାଳି, ଚନ୍ଦିନିପାଳ, କରଣପଲ୍ଲୀ, କରଞ୍ଜମାଳ ଓ କଇଥକୋଲା ଅଞ୍ଚଳର ୭୦୦ରୁ ଅଧିକ ଟ୍ରଲର ଓ ଗିଲେଟିନ ସମୁଦ୍ର ମଧ୍ୟରେ ମାଛଧରା କାର୍ଯ୍ୟରେ ୫ଦିନ ହେଲା ରହିଛନ୍ତି । ଏହି ବାତ୍ୟା ଖବର ମିଳିବା ପରେ ସବୁ ଟ୍ରଲର ଘରକୁ ଫେରିବାକୁ ଆରମ୍ଭ କଲେଣି । ଧାମରା ଫିସରି ବିଭାଗ କହିବା ଅନୁସାରେ ରକାରୀ ଅନ୍ଲାଇନରେ ଯେଉଁ ରେଜିଷ୍ଟେସନ ହୋଇଛି ସେଥିରୁ ଟ୍ରଲର ଓ ଗିଲେଟିନର ସଂଖ୍ୟା ୨୬୦ ଏବଂ ଭୁଟୁଭୁଟିର ସଂଖ୍ୟା ୧୭୦ ଏବଂ ଦେଶୀ ଡଙ୍ଗା ୧୦୨ଟିକୁ ମିଶାଇ ମୋଟ ୫୩୨ଟି ମାଛଧରା ଯନ୍ତ୍ର ଚାଳିତ ଯାନ ସରକାରୀ ଭାବେ ପଞ୍ଜିକୃତ ହୋଇ ମାଛଧରା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସମୁଦ୍ରରେ ପବନ ଏବେ ୭୦ରୁ ୮୦ କିଲୋମିଟରରେ ରହିଛି ବୋଲି ଫେରି ଆସିଥିବା ଟ୍ରଲର କର୍ମଚାରୀ ପ୍ରକାଶ କରୁଛନ୍ତି । ସମୁଦ୍ର ଧିରେ ଧିରେ ଅଶାନ୍ତ ହେଉଥିବାରୁ ଧାମରା ମାଛଧରା ଜେଟିକୁ ଛାଡି ଟ୍ରଲରମାଲିକ ବିିଭିନ୍ନ ଜୁଆରିଆ ନାଳରେ ନିଜ ଟ୍ରଲରକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହେଲେଣି । ବାତ୍ୟା ଆସିବା ଖବର ସମସ୍ତଙ୍କ ମନରେ ଛନକା ପଶାଇଛି । ବିଶେଷ କରି ବାଲେଶ୍ୱର ଜିଲ୍ଲାର ବଳରାମଗଡି, କଷାଫଳ ଆଦି ମାଛଧରା ଜେଟିରୁ ବାହାରି ଥିବା ଟ୍ରଲର ଗୁଡିକ ଜୀବନ ବିକଳରେ ଧାମରା ଜେଟିକୁ ଆସି ରବିବାର ଲଙ୍ଗର କରି ରହିଛନ୍ତି

LEAVE A REPLY

Please enter your comment!
Please enter your name here