ବ୍ଲାକ୍ ପାଗୋଡା ଜଳବନ୍ଦୀ

0
36

କୋଣାର୍କ: ବିଶ୍ୱ ଐତିହ୍ୟ ସ୍ଥଳ ସୂର୍ଯ୍ୟମନ୍ଦିରରେ ପୁଣି ଜମିଛି ପାଣି । ଶନିବାର ଲଘୁଚାପ ଜନିତ ଲଗାଣ ବର୍ଷାରେ ସୂର୍ଯ୍ୟମନ୍ଦିର ଭିତରେ ବର୍ଷା ପାଣି ଜମି ରହିବାରୁ ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଲଗାଣ ବର୍ଷାରେ ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାରରୁ ଉତ୍ତର ଦ୍ୱାର ଚାରିପାଟେ ପ୍ରାୟ ତିନି ଫୁଟ ପାଣି ଜମି ରହିଥିଲା । ପର୍ଯ୍ୟଟକମାନେ ପାଣି ପଶି ମନ୍ଦିର କାରୁକାର୍ଯ୍ୟ ଦେଖୁଥିଲେ । କେତେକ ପର୍ଯ୍ୟଟକ ପାଣିକୁ ଦେଖି ନିରାଶରେ ଫେରି ଯାଇଥିଲେ । ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କରାଯାଉଥିଲେ ମଧ୍ୟ ଏହା ସମସ୍ୟା ସମାଧାନରେ ସହାୟକ ହୋଇପାରିନି । ଏହାଦ୍ୱାରା ସୂର୍ଯ୍ୟମନ୍ଦିର ମଧ୍ୟରୁ ଜଳ ନିଷ୍କାସନ ପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଡ୍ରେନେଜ୍ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୭ରେ ଅନୁରୂପ ଭାବେ ସୂର୍ଯ୍ୟମନ୍ଦିର ଭିତରେ ପାଣି ଜମି ରହିଥିଲା । କିନ୍ତୁ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉନଥିବାରୁ ବର୍ଷା ହେଲେ ଅସମତଭାଳ ପରିସ୍ଥିତି ଉପୁଜୁଛି । ଡ୍ରେନେଜ ଭିତରେ ବଜାରର ଅଳିଆଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଡ୍ରେନେଜ ବ୍ୟବସ୍ଥା ଥାଇ ନଥିବାଭଳି ।
ଏ ସଂପର୍କରେ ସଂରକ୍ଷଣ ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ୪ଟି ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି । ସୂର୍ଯ୍ୟମନ୍ଦିରରେ ଫିଲଟର ଡ୍ରେନେଜ ବ୍ୟବସ୍ଥା କରାଗଲେ ଜଳବନ୍ଦୀ ସମସ୍ୟା ରହିବନାହିଁ । ସୂଚନା ଥାଉକି, ସୂର୍ଯ୍ୟମନ୍ଦିରରେ ପାଣି ଜମିବା ସମସ୍ୟାକୁ ନେଇ ଗତ ୨୯ତାରିଖରେ ପୁରୀ ଜିଲ୍ଲାପାଳ, ପର୍ଯ୍ୟଟନ ସଚିବ, ନିର୍ଦେଶକ ପ୍ରମୁଖ ପ୍ରଶାସନିକ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିିଥିଲେ । ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here