ଆସନ୍ତା ୨୬ରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ କରିବେ ନବୀନ

0
71

ଭୁବନେଶ୍ୱର: ଶେଷରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ ହେବାକୁ ଯାଉଛି । ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦ୍ଘାଟନ କରିବେ । ଏହି ଅବସରରେ ମାଲକାନାଗିରିରେ ୩୦୦ ଶର୍ଯ୍ୟାର ହସ୍ପିଟାଲ ମଧ୍ୟ ସେ ଉଦଘାଟନ କରିବେ । ଏହି ସେତୁ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ଜିଲ୍ଲାକୁ ବିଛିନ୍ନଞ୍ଚଳକୁ ଯୋଗାଯୋଗ ହୋଇପାରିବ । ସ୍ଥାନୀୟ ଲୋକେ ଯେଉଁ ଆନ୍ଧ୍ର ମୁହାଁ ହେଉଛନ୍ତି ସେମାନେ ଓଡ଼ିଶାକୁ ଫେରିବେ । ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ କଥା ହେଉଛି ସେ ଅଞ୍ଚଳରେ ଚାଲିଥିବା ମାଓବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଏହା ବେଶ ସହାୟକ ହେବ । ଯୋଗାଯୋଗ ନ ଥିବାରୁ ମାଓବାଦୀମାନେ ବିଛିନ୍ନାଞ୍ଚଳକୁ ନିଜ କବ୍ଜାରେ ରଖି ସେମାନଙ୍କର କାୟା ବିସ୍ତାର କରିଥିଲେ ଏବେ ସେମାନଙ୍କ ପ୍ରଭାବ ହ୍ରାସ ପାଇବ । ଏହି ସେତୁ କରାଇ ନ ଦେବା ପାଇଁ ମାଓବାଦୀମାନେ ବହୁ ଉଦ୍ୟମ କରିଥିଲେ । ଏକାଧିକ ଠିକାଦାର ସଂସ୍ଥା ଟେଣ୍ଡର ନେଲା ପରେ କାମ ଆରମ୍ଭ କରି ପଛଘୁଞ୍ଚା ଦେଇଛନ୍ତି । ମାଓବାଦୀମାନେ ସମସ୍ତଙ୍କୁ ଡରାଇ ଧମକାଇ ସେଠାରୁ ବିଦା କରାଇ ଦେଉଥିଲେ । ମାଓବାଦୀ ଭୟରେ କେହି କାମ ନେବାକୁ ରାଜି ହେଉ ନ ଥିଲେ । ଶେଷରେ ପ୍ରଶାସନର ଉଦ୍ୟମରେ ବହୁ ପ୍ରତିକ୍ଷିତ ଏହି ସେତୁ ଉଦ୍ଘାଟିତ ହେବାକ ଯାଉଛି । ସେତୁ ନିର୍ମାଣ ସମୟରେ ଗୋଟିଏ ଦୁଇଟି ସ୍ଥାନରେ ବିମ୍ ଦବି ଯାଇଥିଲା । ଯାହାକୁ ନେଇ ବହୁ ହୋହଲ୍ଲା ହୋଇଥିଲା । ସେତୁ ନିର୍ମାଣ ପରେ ସରକାର ଏହାର ମାନ ଯାଞ୍ଚ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ । କେନ୍ଦ୍ର ସଂସ୍ଥାର ରିପୋର୍ଟ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ପୋଲିସ ଡିଜି ଆର୍ପି ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହା ପୂର୍ବରୁ ଗତ ୧୬ ତାରିଖରେ ଏବଂ ତା ପୂର୍ବରୁ ଆଉଥିରେ ଏମିତି ଦୁଇଥର ପୋଲ ଉଦ୍ଘାଟନ ପାଇଁ ସମୟ ନିର୍ଘଣ୍ଟ ହୋଇ ଶେଷ ମୂହୁର୍ତ୍ତରେ ବାତିଲ ହୋଇଥିଲା । ଏବେ ଉଦ୍ଘାଟନ ହେବା ପାଇଁ ତୃତୀୟ ଥର ସମୟ ଧାର୍ଯ୍ୟ ହୋଇଛି

LEAVE A REPLY

Please enter your comment!
Please enter your name here