ଶ୍ରୀଲଙ୍କା ସ୍ପିନର ଭାଣ୍ଡେରସେ ଏକ ବର୍ଷିଆ ବାସନ୍ଦାଦେଶ

0
21

ସେଣ୍ଟ ଲୁସିଆ, ୨୧।୭- ଶ୍ରୀଲଙ୍କାର ଲେଗ ସ୍ପିନର ଜେଫରେ ଭାଣ୍ଡେରସେଙ୍କୁ ଏକ ବର୍ଷ ଲାଗି ବାସନ୍ଦ କରାଯାଇଛି। ଏଥିସହ ତାଙ୍କ କେନ୍ଦ୍ରୀୟ ଚୁକ୍ତିର ୨୦ ପ୍ରତିଶତ କାଟ୍‌ କରିଦିଆଯିବ ବୋଲି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ପକ୍ଷରୁ ଧାର୍ଯ୍ୟ କରାଯାଇଛି। ତେବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତବେଳେ ଲେଗ୍‌ ସ୍ପିନରଙ୍କୁ ଖେଳାଳିଙ୍କ ନିୟମ ଭଙ୍ଗ କରିବା କାରଣରୁ ଏଭଳି ଦଶା ଭୋଗିବାକୁ ପଡ଼ିଛି। ବାର୍ବାଡସଠାରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ଶେଷ ହେବା ପରେ ଭାଣ୍ଡେରସେ ସେଣ୍ଟ ଲୁସିଆସ୍ଥିତ ହୋଟେଲ ଛାଡ଼ି ରାତିରେ ବାହାରେ ବୁଲୁଥିଲେ। ତାଙ୍କ ସହ ଆଉ ୩ ଜଣ ଖେଳାଳି ସେଣ୍ଟ ଲୁସିଆସ୍ଥିତ ଏକ ନାଇଟ କ୍ଲବକୁ ଯାଇଥିଲେ। ପର ଦିନ ସକାଳେ ୨୮ ବର୍ଷୀୟ ଖେଳାଳି ରୁମରେ ନ ମିଳିବାରୁ ତାଙ୍କୁ ଖୋଜିବା ଲାଗି ଦଳୀୟ ମାନେଜମେଣ୍ଟ ସ୍ଥାନୀୟ ପୋଲିସର ସହାୟତା ନେଇଥିଲା। ଏହାର କିଛି ସମୟ ପରେ ଭଣ୍ଡେରସେ ହୋଟେଲକୁ ଫେରିଥିଲେ। ନାଇଟ କ୍ଲବ ଯାଇଥିବା ଅନ୍ୟ ଖେଳାଳିମାନେ ତାଙ୍କୁ ସେଠାରେ ଛାଡ଼ି ହୋଟେଲ ଫେରିଆସିଥିଲେ। ଫଳରେ ଫେରିବା ବାଟ ପାଇ ନ ଥିଲେ ବୋଲି ସେ କହିଥିଲେ। ତାଙ୍କୁ ଗତ କାରାବିୟନ ଗସ୍ତ ଓ ଚଳିତ ଦ. ଆଫ୍ରିକା ବିପକ୍ଷ ସିରିଜ୍‌ରୁ ମଧ୍ୟ ବାଦ୍‌ ଦିଆଯାଇଥିଲା। ତାଙ୍କୁ ଗତ ଜୁନ ୨୩ ତାରିଖ ଠାରୁ ବାସନ୍ଦ କରାଯିବାର ଥିଲା। କିନ୍ତୁ ଦଳୀୟ ମ୍ୟାନେଜମେଣ୍ଟ ରିପୋର୍ଟ ପରେ ହିଁ ଦଣ୍ଡାଦେଶ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here