ନିରଞ୍ଜନଙ୍କ ସହ ନରସିଂହ ଦିଲ୍ଲୀ ଗଲେ ।

0
59

ଭୁବନେଶ୍ୱର: ରବିବାର ଦିଲ୍ଲୀରେ କଂଗ୍ରେସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ନୀତି ନିର୍ଦ୍ଧାରଣ କମିଟି ସିଡବ୍ଲ୍ୟୁସିର ବୈଠକ ବସିବାକୁ ଯାଉଛି । ରାହୁଲ ଗାନ୍ଧି ଏଆଇସିସିର ଅଧ୍ୟକ୍ଷ ସଡବ୍ଲ୍ୟୁସିର ଏହା ପ୍ରଥମ ବୈଠକ । ଏହି ବୈଠକରେ ଯୋଗଦେବାପାଇଁ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ ସିଡବ୍ଲ୍ୟୁସି ସଦସ୍ୟ ଏବଂ ସବୁରାଜ୍ୟର ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଡକାଯାଇଛି । ଆସନ୍ତା ନିର୍ବାଚନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ ଏଥିରେ କରାଯିବ । ପ୍ରଥମ ସିଡବ୍ଳ୍ୟୁସି ସଭ୍ୟ ଓ ଅନ୍ୟ ସଦସ୍ୟଙ୍କ ସହ ରାହୁଲ ଗାନ୍ଧି ଆଲୋଚନା କରିବେ । ସିଡବ୍ଲ୍ୟୁସି ବୈଠକ ପରେ ରାହୁଲ ପିସିସି ସଭାପତି ତଥା ବିରୋଧୀ ଦଳ ନେତା ଓ ସମ୍ପୃକ୍ତ ରାଜ୍ୟର ପ୍ରଭାରୀଙ୍କ ସହ ସ୍ୱତନ୍ତ୍ରଭାବେ ଆଲୋଚନା କରିବେ । ଏଥିରେ ଯେଉଁ ରାଜ୍ୟର ସମସ୍ୟା ରହିଛି ସେସମ୍ପର୍କରେ ଆହୁଲଙ୍କ ସହ କଥା ହେବେ । ରାଜ୍ୟପାଇଁ ରାହୁଲ ମଧ୍ୟ ତାଙ୍କ ବାର୍ତ୍ତାରହିବ । ଓଡ଼ିଶାରେ ଅଗଷ୍ଟ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀ ତାଲିକା ଘୋଷଣା କରିବାର କାର୍ଯ୍ୟକ୍ରମ ଥିବାରୁ ରାହୁଲଙ୍କ ସହ ସେ ସମ୍ପର୍କରେ ଆଲୋଚନା କରାଯିବ । ପିସିସି କମିଟି ଗଠନ ହୋଇ ନ ଥିବାରୁ ତାହା ଉପରେ ମଧ୍ୟ ଆଲୋଚନା ହେବ । ଏଣୁ ଏହି ବୈଠକ ବେଣ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଓଡ଼ିଶା ପିସିସିର ତାଲିକା ଧରି ନିରଞ୍ଜନ ଫେରିପାରନ୍ତି ବୋଲି କୁହାଯାଉଛି । ଆସନ୍ତା ନିର୍ବାଚନରେ କେଉଁମାନେ ଦଳୀୟ ପ୍ରାର୍ଥୀହେବେ ତାହାର ପ୍ରକୃତ ତାଲିକ ତମଖକୁ ପ୍ରଦାନକରିବେ । ଏଆଇସିସିର ନିର୍ବାଚନୀ ସ୍କ୍ରିନିଂ କମିଟି ଏହା ଉପରେ ଅନୁଧ୍ୟାନ କଲାପେର ଚୂଡାନ୍ତ ତାଲିକା ଘୋଷଣା ହେବ ।

LEAVE A REPLY

Please enter your comment!
Please enter your name here