୧୯ ଜିଲ୍ଲାକୁ ଛେଚିବ ବର୍ଷା

0
86

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ପାଣି ଉବୁଟୁବୁ ସାରା ଓଡ଼ିଶା । ବର୍ଷା ପାଇଁ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । ତେବେ ପାଣିପାଗ ବିଭାଗ ୧୯ ଜିଲ୍ଲାକୁ ସତର୍କ ସୂଚନା ଦେଇଛି । ଆଗକୁ ଆହୁରି ଗାଳିବ ବର୍ଷା । ଦିନ ୧.୧୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ରହିବାକୁ ବିଭାଗ କହଛି । ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ଡେଙ୍କାନାଳ, ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ସମ୍ବଲପୁର, ଦେବଗଡ଼ ଓ କୋରାପୁଟ ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here