ଚ।ରି ଦିନଧରି ୪୦ ଜଣ ଗଣଦୁଷ୍କର୍ମ କଲେ

0
68

ନୂଆଦିଲ୍ଲୀ : ଚଣ୍ଡିଗଡ଼ରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମର ଘଟଣା ଲୋକଲୋଚନକୁ ଆସିଛି । ମୋର୍ନିହାଲ୍ ଅଂଚଳରେ ଏହି ମହିଳାଜଣଙ୍କୁ ୪୦ ଜଣ ବ୍ୟକ୍ତି ଦୀର୍ଘ ୪ ଦିନ ଧରି ଗଣଦୁଷ୍କର୍ମର ଶିକାର ହେବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଜଣେ ବ୍ୟକ୍ତି ଚାକିରି କରାଇଦେବା ଲୋଭରେ ମହିଳାଜଣଙ୍କୁ ଡାକିନେଇ ଏକ ଗେଷ୍ଟ ହାଉସ୍ରେ ରହିଥିଲେ ଏବଂ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୁଲିସ ଉକ୍ତ ଗେଷ୍ଟ ହାଉସ୍ର ୨ ଜଣ କର୍ମଚାରୀଙ୍କୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇଦେଇଛି ।
ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀଙ୍କର ଜଣେ ପରିଚିତ ବ୍ୟକ୍ତି ତାଙ୍କୁ ଚାକିରି କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ଚଳିତ ମାସ ୧୫ ତାରିଖରେ ଏକ ଗେଷ୍ଟ ହାଉସ୍କୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଲଗାତାର ୪ ଦିନ ପର୍ଯ୍ୟନ୍ତ ୪୦ ଜଣଙ୍କ ଦ୍ୱାର ଗଣଦୁଷ୍କର୍ମର ଶିକାର ହୋଇଥିବା କଥା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here