ହୀନସ୍ତା ଭୋଗୁଛନ୍ତି ଛାତ୍ରଛାତ୍ରୀ

0
64

ଡେରାବିଶ: ଡେରାବିଶ ବ୍ଳକ ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟରାଜପଥର ଚାନେ୍ଦାଳ କଲେଜ ଛକ ଠାରୁ ବସୁପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ବର୍ଷ ତଳୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ପରବର୍ତ୍ତି ଅବସ୍ଥାରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଇନଥିଲା । ଫଳରେ ପିଚୁ ହୋଇଥିବା ସ୍ଥାନମାନଙ୍କରେ ଖାଲଖମା ହୋଇ ଧନଜୀବନ ହାନିର କାରଣ ପାଲଟିଛି ।
ରାଜ୍ୟ ରାଜପଥରୁ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାଟି ବେଶି ଖାଲଖମାରେ ପରିଣତ ହୋଇଥିବା ବେଳେ ଛାତ୍ରଛାତ୍ରୀ ଦୈନିକ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି । ରାଜ୍ୟରାଜପଥ ଠାରୁ ବରାଙ୍ଗ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପିଚୁ କରାଯାଇଥିବା ବେଳେ ବହୁସ୍ଥାନରେ ପାଣି ଜମିରହି କୃତି୍ରମ ହ୍ରଦର ଭ୍ରମ ସୃଷ୍ଟି କରଛି । ଖରାଦିନେ ଛାତ୍ରଛାତ୍ରୀ କୌଣସି ପ୍ରକାର ଯାତାୟାତ କରୁଥିବାବେଳେ ବର୍ଷାରେ ବହୁ ସମସ୍ୟା ଭୋଗୁଛନ୍ତି । ଏହି ରାସ୍ତା ଉପରେ ରତାଦିଆ ଖଣ୍ଡସାହି ପଞ୍ଚାୟତ ସମେତ ବସୁପୁର ଓ ଲୁଣା କରାଣ୍ଡିଆ ଦ୍ୱୀପାଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି । ତେବେ ବ୍ୟସ୍ତବହୁଳ ଏହି ରାସ୍ତା ତୁରନ୍ତ ମରାମତି ପାଇଁ ଯୁବ ସମାଜସେବୀ ପଦ୍ମନାଭ ତ୍ରିପାଠୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀ ଅର୍ଜୁନ ସାହୁଙ୍କୁ ପଚାରିବାରୁ ଟେଣ୍ଡର ସରିଛି ଓ ବର୍ଷାଦିନପରେ କାମ ଆରମ୍ଭ ହେବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here