ବିଜେଡ଼ିର ଦୁଇ ପୂର୍ବତନ ବିଧାୟକଙ୍କୁ ନୋଟିସ ଜ।ରିକଲ। ସିବିଆଇ

0
173

ଭୁବନେଶ୍ୱର: ଚିଟ୍ଫଣ୍ଡ ଦୁର୍ନୀତି ନେଇ ସିବିଆଇ ଯେଉଁ ତଦନ୍ତ ଚଳାଇଛି ଏବେ ଏହାକୁ ବେଶ୍ ଜୋର୍ଦାର କରିଛି । ପୁଣି ସିବିଆଇ ନିଶାନରେ ଅଛନ୍ତି ବିଜେଡି ନେତା । ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇ ସମନ କରିଛି । ଏଥିରେ ଜଣେ ଉପକୂଳ ଓଡ଼ିଶାର ଓ ଆଉ ଜଣେ ଦକ୍ଷିଣ ଓଡ଼ିଶାର । ଉଭୟ ପୂର୍ବତନ ମନ୍ତ୍ରୀ ବୋଲି କୁହାଯାଉଛି । କେତେଜଣ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ ମଧ୍ୟ ସିବିଆଇ ଡାକିଛି । ଅର୍ଥତତ୍ୱ ଓ ସିସୋର୍ ମାମଲାରେ ପୁଣି ସିବିଆଇ ଘଣ୍ଟାଚକଟା ଆରମ୍ଭ କରିଛି । ଏହି ଦୁଇ ଚିଟ୍ଫଣ୍ଡ ସଂସ୍ଥାରେ ସମ୍ପୃକ୍ତ ଅଭିଯୋଗରେ ବିଧାୟକ ଓ ଅଫିସରଙ୍କୁ ଡକାଯାଇଥିବା ଜଣାପଡ଼ିଛି ।
ଅର୍ଥତତ୍ୱ ଓ ସିସୋର୍ ମାମଲାରେ ଚାର୍ଜସିିଟ୍ ଦାଖଲ ପରେ ଏ ପ୍ରସଙ୍ଗ ସରିଗଲା ବୋଲି ଏକ ଧାରଣା ସିବିଆଇ ଦେଇଥିଲା । କିନ୍ତୁ ହଠାତ୍ ପୁଣି ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି । ଅର୍ଥତତ୍ୱ ଘଟଣାରେ ଶୁଭଙ୍କର ଡାଏରୀକୁ ମଧ୍ୟ ତଦନ୍ତକୁ ଅଣାଯାଇଛି । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ସହାୟତା କରିବା ଅଭିଯୋଗରେ ଦକ୍ଷିଣ ଓଡ଼ିଶାର ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବଙ୍କୁ ସିବିଆଇ ଡାକି ଜେରା କରିସାରିଛି ଏବଂ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିସାରିଛି । କମ୍ପ୍ୟୁଟର କିଣା ଓ ଜମି କିଣା ଘଟଣାରେ ସମ୍ପୃକ୍ତିକୁ ନେଇ ବିପ୍ଳବଙ୍କୁ ଜେରା କରାଯାଇଥିବା କୁହାଯାଇଛି । ଏହି ଅର୍ଥତତ୍ୱ ମାମଲାରେ ଏବେ ଦକ୍ଷିଣ ଓଡ଼ିଶାର ଜଣେ ବିଧାୟକଙ୍କୁ ଜେରା ପାଇଁ ଡକାଯାଇଛି । ସମ୍ପୃକ୍ତ ବିଧାୟକଙ୍କ ମାଧ୍ୟମରେ ପ୍ରଦୀପ ସେଠୀ ପ୍ରାଶାସନିକ କଳର ନିକଟତର ହୋଇ ତାର ସାମ୍ରାଜ୍ୟ ବିସ୍ତାର କରିଥିଲା । ଏଣୁ ତାଙ୍କୁ ଏବେ ସିବିଆଇ ଧରିବାକୁ ଯାଉଛି ।
ସିସୋର ମାମଲାରେ ଖୋଳତାଡ଼ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ସହ ହୋଇଥିବା ଏମ୍ଓୟୁକୁ ନେଇ ଖୋଳତାଡ଼ କରାଯାଉଛି । ଇତିମଧ୍ୟରେ ପୂର୍ବତନ ପର୍ଯ୍ୟଟନ ସଚିବ ଓ ମହାପ୍ରବନ୍ଧକ ଥିôବା ଦୁଇ ଆଇଏଏସ୍ଙ୍କୁ ସିବିଆଇ ଡାକିସାରିଛି । ଏହା ବହୁ ପୂର୍ବରୁ ପୂର୍ବତନ ପର୍ଯ୍ୟନମନ୍ତ୍ରୀଙ୍କ ରାଜନୀତିକ ସହାୟକ ଓ ଜଣେ ବିଜେଡି ନେତାଙ୍କୁ ଡାକି ଜେରା କରିସାରିଛି । ଏହି ମାମଲାରେ ପୂର୍ବତନମନ୍ତ୍ରୀଙ୍କ ପାଖରେ ପହଞ୍ôଚବା ପାଇଁ ଯୋଜନା କରିଥିବା ଆଲୋଚନା ହେଉଛି । ବିଜେଡିରେ ସମ୍ପୃକ୍ତ ବିଧାୟକଙ୍କ ବହୁ ପ୍ରଭାବ ରହିଛି । ଏଣୁ ତାଙ୍କୁ ଡକାଯାଇଥିବା ଜଣାପଡିଛି । ଏହାଛଡ଼ା ଶୁଭଙ୍କର ଡାଏରୀ ଭିତ୍ତିରେ ଦୁଇଜଣ ଆଇପିଏସ୍ ଅଫିସର ଓ ଜଣେ ଆଇଏଏସ୍ ଅଫିସରଙ୍କୁ ମଧ୍ୟ ସିବିଆଇ ନୋଟିସ୍ କରିଥିବା କୁହାଯାଉଛି । ଏଣୁ ବିଜେଡି ଉପରେ ବିପଦ ପରେ ବିପଦ ମାଡ଼ିବାରେ ଲାଗିଛି । ଖୁବଶୀଘ୍ର ଏମାନେ ସିବିଆଇରେ ହାଜର ହେବେ ବୋଲି ଆଲୋଚନା ଚାଲିଛି ।
ବିଜେଡି ନେତାମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବାରୁ ଏହି କାର୍ଯ୍ୟ ଯେପରି ନିର୍ଭୁଲ ଓ ନିଦ୍ୱନ୍ଦ୍ୱରେ ହୋଇପାରିବ ସେଥିପାଇଁ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଅନୁଧ୍ୟାନ ପାଇଁ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ପର୍ଯ୍ୟାୟ ଯାଞ୍ଚ ଆରମ୍ଭ ହେବା ପୂର୍ବରୁ ସିବିଆଇ ଯୁଗ୍ମ୍ ନିର୍ଦ୍ଦେଶକ ଆସିଥିଲେ । ଏବେ ବିଧାୟକମାନଙ୍କୁ ନୋଟିସ୍ ଦିଆଯିବା ପରେ ଏହାର ତଦାରଖ ପାଇଁ ପୁଣି ଯୁଗ୍ମ ନିର୍ଦ୍ଦେଶକ ଆସିଥିବା ଜଣାପଡ଼ିଛି

LEAVE A REPLY

Please enter your comment!
Please enter your name here