କ।ହିଁକି ପ୍ରଧାନମନ୍ତ୍ରୀଙ୍କୁ କୋଳେଇଲେ ରାହୁଳ

0
98

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଜବରଦସ୍ତ ଭାଷଣ ଦେଇଥିବା ଏଆଇସିସି ସଭାପତି ରାହୁଳ ଗାନ୍ଧିଙ୍କ ନୂଆ ତରିକାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି । ନିଜ ଭାଷଣ ସାରିବା ପରେ ରାହୁଳ ସିଧାସଳଖ ନିଜସ୍ଥାନରୁ ଚାଲି ଚାଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଁଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରମର୍ଦ୍ଧନ କରିବା ପରେ ରାହୁଳ ତାଙ୍କୁ କୋଳାଗ୍ରତ କରିଥିଲେ । ଯାହାକୁ ନେଇ ଲୋକସଭାରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

ରାହୁଳ ନିଜ ଭାଷଣରେ ମୋଦି ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉପସ୍ଥାପନ କରିବା ସହ ମୋଦିଙ୍କ ନିର୍ବାଚନୀ ପ୍ରତିଶ୍ରୁତି କଥା ମନେ ପକାଇଦେଇଥିଲେ । ଭାଷଣ ଶେଷରେ ସେ ମୋଦି ଓ ଶାହାଙ୍କୁ ଧନ୍ୟବାଦ ଦେଇଥିଲେ । ତାଙ୍କୁ କଂଗ୍ରେସ କ’ଣ ବୋଲି ସେମାନେ ଶିଖାଇ ଦେଇଛନ୍ତି । କଂଗ୍ରେସ ଘୃଣା ଭୁଲି ପ୍ରେମର ବାର୍ତ। ଦେଇଛି । ଏହି କଥା କହି ସେ ନିଜ ଆସନରୁ ଉଠି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନରେ ପହଁଚି ଯାଇଥିଲେ । ସେଠାରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କୁ କୋଳାଗ୍ରତ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦି ରାହୁଳଙ୍କ ପିଠି ଥାପୁଡେ଼ଇଥିବା ଦୃଶ୍ୟ ସଂସଦ ଭବନରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here