ପୋଲରୁ ଖସିଲା ବସ, ୩୯ ଆହତ

0
48

ମୁନିଗୁଡ଼ା: ପୁଣି ବସ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ୩୯ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ‘ଶାରଳା’ ନାମକ ବସଟି ଯାତ୍ରୀମାନଙ୍କୁ ନେଇ ଡୁମୁରୀନେଳୀରୁ ଜଗଦଲପୁର ଯାଉଥିଲା । ତେବେ ବିଷମକଟକ ଥାନା ଅନ୍ଧାରୀନାଳ ନିକଟରେ ବସଟି ଓଲଟି ପଡ଼ିଥିଲା । ଉକ୍ତ ବସଟି ପୋଲରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ଏନେଇ ଖବର ପାଇଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏଥିରେ ଆହତ ଓ ଗୁରୁତରମାନଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here