ମାଛରେ ବିଷ: କ୍ୟାନ୍ସର ଭୟରେ ଖାଉଟି

0
48

ତିହିଡି: ପ୍ରଥମେ ଶୁଖୁଆରେ କେମିକାଲ ଏବେ ମାଛରେ । ଧାମରା, ଚନ୍ଦିନିପାଳ, ଚୂଡାମଣି ଅଞ୍ଚଳରେ ଥିବା ଶୁଖୁଆ ଖଳାରେ ଯେଉଁ କେମିକାଲ ବ୍ୟବହାର ହେଉଥିଲା ଏବେ ମାଛରେ ବ୍ୟବସାୟୀ ଦେବାକୁ ଆରମ୍ଭ କଲେଣି । ସମୁଦ୍ରରୁ ମାଛ ଧରୁଥିବା ଧୀବର ବ୍ୟବସାୟୀଙ୍କ ହାତକୁ ମାଛଧରା ଜେଟିରେ ମାଛ ମପେଇ ଦେବା ପରେ ବେପାରୀମାନେ କଲିକତାରୁ ଆଣୁଥିବା କେମିକାଲ କୁ ଅଧାପଚା ମାଛରେ ଦେଉଛନ୍ତି । ବିଶେଷ କରି ଧାମରାରୁ କଲିକତା, ଭଦ୍ରକ, ଭୁବନେଶ୍ୱର, କଟକ ଆଦି ସ୍ଥାନରେ ପହଁଞ୍ଚିବାକୁ ଓ ବିକ୍ରି ହେବାକୁ ଲାଗିଯାଉଛି ତିନିଦିନ ସମୟ । ପାଞ୍ଚ ଦିନ କାଳ ପାମ୍ପଲେଟ, ଖଅଙ୍ଗା ଆଦି ମାଛକୁ ରଖି ବିକ୍ରି କରିବା ପାଇଁ ଚାଲିଛି ବିଷ ପ୍ରୟୋଗ । ଅଧିକ ଦିନ ଧରି ସଂରକ୍ଷିତ ରଖିବା ସକାଶେ ଅସାଧୁ ବ୍ୟବସାୟୀଙ୍କ ଏପରି ପ୍ରୟାସ ଏବେ ମହାମାରୀ କ୍ୟାନ୍ସର ଭଳି ରୋଗକୁ ଆମନ୍ତ୍ରଣ କରିଛି । ଶବକୁ ସଂରକ୍ଷିତରେ ଡାକ୍ତରଖାନାରେ ବ୍ୟବହାର କରାଯାଉଥିବା ଫର୍ମାଲିନ କେମିକାଲକୁ ଏବେ ମାଛରେ ବ୍ୟବହାର କରାଯାଉଛି । ବିଶେଷ କରି ଅଧିକ ଦାମ ଯୁକ୍ତ ମାଛରେ ଏହି ବିଷ ପ୍ରୟୋଗ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଏଥିସହ ପନିପରିବା ଏବଂ ଫଳମୂଳରେ ମଧ୍ୟ ଅନୁରୂପ ଅପମିଶ୍ରଣ ଏକ ନିତିଦିନିଆ ଘଟଣାର ପରିଣତ ହୋଇଛଇ । ଖରାଦିନେ ମିଳୁଥିବା ଆମ୍ବ, ପଣସ, ଲିଚୁ, ସେପଟା, କଦଳୀ ଆଦିକୁ ଖୁବଶୀଘ୍ର ପଚାଇବା ସକାଶେ ସେଥିରେ କ୍ୟାଲସିୟମ କାରବାଇଟର ବହୁଳ ବ୍ୟବହାର ଚାଲିଥିବା ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ ଯେ, ଏହାଫଳରେ ବଦହଜମି, ପେଟ ରୋଗର କାରଣ ହୋଇନି ପରନ୍ତୁ ମାରାତ୍ମକ କ୍ୟାନସର ଭଳି ରୋଗର କାରଣ ହୋଇଛି । ଅନୁରୂପ ପନିପରିବାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବି ସେଥିରେ ବିଭିନ୍ନ କିସମର ରଙ୍ଗ ସହିତ ମହମ ଏବଂ ଲେଥାଲ କପର ସଲଫେଟ ନାମକ କେମିକାଲ ପ୍ରୟୋଗ କରାଯାଉଛି । ·ଷ ସମୟରେ ପନିପରିବାର ଅସ୍ୱାଭାବିକ ବୃଦ୍ଧି ପାଇଁ ସେଥିରେ ଯେଉଁ ହରମୋନାଲ ଇଞ୍ଜେକସନ ପ୍ରୟୋଗ କରାଯାଉଛି ତାହାବି କ୍ୟାନ୍ସରର କାରଣ ବୋଲି ବିଜ୍ଞାନୀ ମତ ପୋଷଣ କରୁଛନ୍ତି । ସେହିପରି ବଜାରରେ ମିଳୁଥିବା ବ୍ରୟେଲର ଚିକେନର ଓଜନ ବୃଦ୍ଧିରେ ବ୍ୟବହାର କରାଯାଉ ଥିବା କଥା ଚିକିତ୍ସାବିତ ମତପୋଷଣ କରୁଛନ୍ତି । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗ ଏଥିପ୍ରତି କଡା ନଜର ଦେବା ସହିତ ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ଅପମିଶ୍ରିତ ଖାଦ୍ୟ ଖାଇ ସମଗ୍ର ମାନବ ସମାଜ ରୋଗାକ୍ରାନ୍ତ ହେବା ସହିତ ଅକାଳରେ ମୃତୁ୍ୟବରଣ କରିବା ଏକ ପ୍ରକାର ନିଶ୍ଚିତ ମନେ କରାଯାଉଛି ।

LEAVE A REPLY

Please enter your comment!
Please enter your name here