ସୂର୍ଯ୍ୟଙ୍କ ପୁଅଙ୍କୁ ପୁଣି ସିବିଆଇ ଡାକିଲା!

0
74

ଭୁବନେଶ୍ୱର:ଚିଟଫଣ୍ଡ ତଦନ୍ତକୁ ଜୋରଦାର କରୁଛି ସିବିଆଇ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଡୁଆ
ଦିନକୁ ଦିନ ବଢ଼ିବାରେ ଲ।ଗିଛି । ମନ୍ତ୍ରୀଙ୍କ ପୁଅ ବିପ୍ଳବଙ୍କୁ ପୁଣି ଥରେ ଜେରା ପାଇଁ ଡକାଯାଇଥିବା ଜଣାପଡିଛି । ସିବିଆଇ ତାଙ୍କୁ
ଦିତୀୟ ଥର ଜେରା ପାଇଁ ଡାକିଥିବ।ରୁ ସୂର୍ଯ୍ୟଙ୍କ ପାଇଁ ବିପଦ ଘନେଇ ଆସୁଥିବାର ଆଲୋଚନା ହେଉଛି ।
ଅର୍ଥତତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇ ଯାଚ୍ କଲାବେଳେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅର ସମ୍ପୃକ୍ତି ଜାଣିବାକୁ ପାଇଥିଲା । ବିପ୍ଳବଙ୍କ ଥିବା ଆଇଟି ବ୍ୟବସାୟରେ କମ୍ପ୍ୟୁଟର କିଣା ଲାଗି ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ ସହାୟତା କରିଥିବା ଅଭିଯୋଗ ହୋଇଛି । ସିବିଆଇ ବିପ୍ଳାବଙ୍କ କାର୍ଯ୍ୟାଳୟରେ ଛାପା ମାରିଥିଲା । ସେଠାରେ ଲାଗିଥିବା କମ୍ପ୍ୟୁଟରଗୁଡ଼ିକର ହିସାବ ଲୋଡ଼ିଥିଲା । ବିପ୍ଳବଙ୍କୁ କମ୍ପ୍ୟୁଟର କିଣାର କାଗଜପତ୍ର ଆଣି ଦେବାପାଇଁ ନୋଟିସ୍ କରାଯାଇଥିଲା । ପୂର୍ବରୁ ଜେରା ସମୟରେ ବିପ୍ଳବଙ୍କୁ କମ୍ପ୍ୟୁଟର ହିସାବ ସିବିଆଇ ମାଗିଥିଲା । ହେଲେ କୁହାଯାଉଛି ବିପ୍ଳବ କାଗଜପତ୍ର ଠିକ୍ଭାବରେ ଦର୍ଶାଇ ନଥିଲେ । ଏଣୁ ତାଙ୍କୁ ପୁଣି ଥରେ ସିବିଆଇ ଟାକିଛି ବୋଲି ଆଲୋଚନା ହେଉଛି ।
ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମରେ ପ୍ରତିକ୍ରୀୟା ରଖିସାରିଛନ୍ତି । ସେ କହିଥିଲେ ଏ ବିଷୟରେ ତାଙ୍କର ଧାରଣା ନାହିଁ । ଗଣମାଧ୍ୟମକୁ ସେ ଏହା ଜାଣିବାକୁ ପାଇଛନ୍ତି । ଖବରକାଗଜ ପଢ଼ି ଜାଣିବା ପରେ ସେ ସିବିଆଇ ଅଧିକାରୀଙ୍କୁ ଫୋନ୍ କରି ପଚାରିଥିଲେ । କିନ୍ତୁ ସେମାନେ କିଛି କହିଲେନାହିଁ । ଅଯଥାରେ ତାଙ୍କୁ ବିବାଦକୁ ଟଣା ଯାଉଛି ବୋଲି ସେ କହିଥିଲେ । ଏହ। ପଛରେ କିଛି ନ। କିଛି ବୋଲି ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here