ଏହି ସବୁ ପାନୀୟରେ କମାଇ ହେବ ଶରୀରର ଚର୍ବି

0
83

ଏମିତି କିଛି ସହଜ ଉପାୟ ଅଛି ଯାହା ଦ୍ୱାରା ଖୁବ୍‌ ସହଜରେ ଆମ ଶରୀର ଅତିରିକ୍ତ ଚର୍ବିକୁ ଖସାଇ ପାରିବା । ଚର୍ବି କମାଇବାକୁ ଖାଇବାରେ କୌଣସି କଟକଣା ନକରି କିଛି ପାନୀୟ ଦ୍ୱାରା ମୋଟାପଣ ସହଜରେ କମାଇ ପାରିବା। ଆସନ୍ତୁ ଜାଣିବା କେଉଁ ପାନୀୟ ଦ୍ୱାରା ଚର୍ବି କମ୍‌ ହୋଇଥାଏ । ଶସ୍ତା, ସୁନ୍ଦର ଉପାୟ ହେଉଛି ଲେମ୍ବୁ ସରବତ । ଗରମ ପାଣିରେ ଲେମ୍ବୁ ମିଶାଇ ଖାଲି ପେଟରେ ପିଇବା ଦ୍ୱାରା ଚର୍ବି କମ୍‌ ହୋଇଥାଏ। ଗ୍ୟାସ୍‌ ନ ହେବା ପାଇଁ ଆପଣ ଏଥିରେ ସାମାନ୍ୟ ମହୁ ବି ମିଶାଇ ପାରିବେ । ଆଉ ଏକ ଲାଭକାରୀ ପାନୀୟ ହେଉଛି ଲାଉ ଜୁସ୍‌। ପ୍ରାପ୍ତଃ ଖାଲି ପେଟରେ ଏହି ଜୁସ୍‌ ପିଇବା ଦ୍ୱାରା ସୁଫଳ ମିଳିଥାଏ। ରାତିରେ କିଛି ଜିରାକୁ ପାଣିରେ ବତୁରେଇ ସକାଳୁ ତାହାକୁ ଗରମ କରି ଜିରା ସହ ସେହି ପାଣିକୁ ପିଇବା ଦ୍ୱାରା ଚର୍ବି କମିଥାଏ । ପଇଡ଼ ପାଣି ବି ଚର୍ବି କାଟିବା ପାଇଁ ଖୁବ୍‌ ଭଲ ହୋଇଥାଏ। ଦୈନିକ ସକାଳ ସମୟରେ ଗୋଟାଏ ପଇଡ଼ ପିଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ଖସିବା ସହ ମୁଖର ଔଜଲ୍ୟ ବି ବୃଦ୍ଧି ପାଇଥାଏ।

LEAVE A REPLY

Please enter your comment!
Please enter your name here