ବଜ୍ରାଘାତରେ ଦୁଇ ଭାଇ ମୃତ

0
64

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୁଛାଡେଙ୍ଗନ ପଂଚାୟତର ସାନସୁରଡା ଗ୍ରାମରେ ବଜ୍ରାଘାତ କାରଣରୁ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି l ମୃତକ ଦୁଇ ଭାଇ ହେଲେ ଶ୍ରୀକର ମାଝୀ (୪୫) ଓ ବିଶ୍ୱନାଥ ମାଝୀ (୩୬) l ମିଳିଥିବା ଖବର ଅନୁସାରେ ଦୁଇ ଭାଇ ତାଙ୍କ ଘର ନିକଟରେ ଥିବା ଚାଷ ଜମିକୁ ଧାନ ପଲ୍ଲା ପକାଇବାକୁ ଯାଇଥିଲେ l ସେତେବେଳେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବାରୁ ନିକଟରେ ଥିବା ଏକ ମହୁଲ ଗଛରେ ଆଶ୍ରୟ ନେଇଥିଲେ l ତେବେ ହଠାତ ମହୁଲ ଗଛ ଉପରେ ବଜ୍ରାଘାତ ହେବାରୁ ସେଠାରେ ଆଶ୍ରୟ ନେଇଥିବା ଦୁଇ ଭାଇଙ୍କ ଘଟଣା ସ୍ଥଳରେ ହିଁ ଟଳିପଡିଥିଲେ l ସୂଚନା ପାଇ ରିଷିଡା ଫାଣ୍ଡି ଅଧିକାରୀ ଲବରାମ ଛତ୍ରିଆ ଘଟଣା ସ୍ଥଳରେ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ଆଜି ମ.ରାମପୁରକୁ ପଠାଇଥିବା ଜଣାପଡିଛି l ଏ ଘଟଣା ଅଂଚଳରେ ଶୋକର ଛାୟା ଖେଳିଯାଇଛି l ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

LEAVE A REPLY

Please enter your comment!
Please enter your name here