ରୋଗିଣା ମା’ଙ୍କୁ ଖଟିଆରେ ବୋହିଲେ ଦୁଇଝିଅ

0
77

ବଲାଙ୍ଗୀର :ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ପଣ୍ଡକିମାଲ ଗ୍ରାମର ଦୁଇ ଝିଅ ନିଜ ବୃଦ୍ଧା ମାଙ୍କୁ ଚିକିତ୍ସା ପାଇଁ ଖଟିଆରେ ବୋହି ଆଣୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପଣ୍ଡକିମାଲ ଗାଁରେ ରହୁଥିବା ବିଧବା ବୃଦ୍ଧା ଉତ୍ତରା ଧରୁଆ(୫୫) ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ। ଅବସ୍ଥା ଉଦ୍ବେଗଜନକ ହେବାରୁ ଶନିବାର ତାଙ୍କୁ ହସପିଟାଲ ନେବାକୁ ଝିଅ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଳେ ଆମ୍ବୁଲାନ୍ସ ପହଞ୍ଚତ୍ବାରେ ବିଳମ୍ବ ହେବ ବୋଲି ସୂଚନା ମିଳିବା ପରେ ପାଖ ଗାଁରୁ ଏକ ପ୍ରାଇଭେଟ୍ ଗାଡି ଆଣିବା ବ୍ୟବସ୍ଥା କରିଥିଲେ। ତେବେ ଉକ୍ତ ଗାଡି ଉତ୍ତରାଙ୍କ ଘର ପର୍ଯ୍ୟନ୍ତ ଯାଇ ନ ପାରିବାକୁ ଦୁଇ ଝିଅ ବୃଦ୍ଧା ମାଙ୍କୁ କିଛିଦୂର ଖଟିଆରେ ବୋହି ଆଣି ଗାଡି ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଏହାପରେ ବୃଦ୍ଧା ଉତ୍ତରାଙ୍କୁ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here