ଫ୍ରାନ୍ସ-କ୍ରୋଏସିଆ ଫାଇନାଲ ଆଜି

0
18

ସେଣ୍ଟ ପିଟର୍ସବର୍ଗ: ଆଉ ଗୋଟିଏ ମ୍ୟାଚ ପରେ ଉଦ୍‌ଯାପିତ ହେବ ଫିଫା ବିଶ୍ୱକପର ୨୧ତମ ସଂସ୍କରଣ। ରବିବାର ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ଫାଇନାଲ। ଫ୍ରାନ୍ସ ଦ୍ୱିତୀୟଥର ଟାଇଟଲ ଜିତିବା ଆଶାରେ ରହିଥିବାବେଳେ ଇତିହାସ ରଚିବା କ୍ରୋଏସିଆର ଲକ୍ଷ୍ୟ। ଶନିବାର ଅନୁଷ୍ଠିତ ପ୍ଲେ-ଅଫ୍‌ ମ୍ୟାଚରେ ଇଂଲଣ୍ଡକୁ ୨-୦ ଗୋଲରେ ହରାଇ ତୃତୀୟ ସ୍ଥାନ ହାସଲ କରିଛି ବେଲଜିୟମ। ୪ର୍ଥ ମିନିଟରେ ଥୋମାସ ମିଉନେର ଓ ୮୨ତମ ମିନିଟରେ ଇଡେନ ହାଜାର୍ଡଙ୍କ ଗୋଲ ଶେଷରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଫିଫା ବିଶ୍ୱକପ ଇତିହାସରେ ବେଲଜିୟମର ଏହା ହେଉଛି ଶ୍ରେଷ୍ଠ ପ୍ରଦର୍ଶନ। ବେଲଜିୟମ ଏହା ପୂର୍ବରୁ ୧୯୮୬ରେ ଥରେମାତ୍ର ପ୍ଲେ-ଅଫ୍‌ ଖେଳିଥିବାବେଳେ ଫ୍ରାନ୍ସଠାରୁ ହାରି ୪ର୍ଥ ସ୍ଥାନରେ ରହିଥିଲା। ତେଣୁ ରୁଷିଆରେ ଅନୁଷ୍ଠିତ ଏହି ଫୁଟବଲ ମହାକୁମ୍ଭ ବେଲଜିୟମ ପାଇଁ ସ୍ମରଣୀୟ ହୋଇଛି। ଅନ୍ୟପକ୍ଷରେ ୧୯୬୬ ଚାମ୍ପିୟନ ଇଂଲଣ୍ଡ ପରାଜୟ ସ୍ମୃତି ସହ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଇଂଲଣ୍ଡ ୦-୧ ଗୋଲରେ ବେଲଜିୟମ ନିକଟରୁ ପରାଜିତ ହୋଇଥିଲା। ତେଣୁ ଇଂଲଣ୍ଡ ବିପକ୍ଷରେ ଡବଲ ବିଜୟ ଲାଭକରି ସମ୍ମାନର ସହ ବିଶ୍ୱକପ ଅଭିଯାନ ଶେଷ କରିଛି ବେଲଜିୟମ।

LEAVE A REPLY

Please enter your comment!
Please enter your name here