ଫେକ୍‌ ଫଲୋୟର୍ସ

0
58

ନୂଆଦିଲ୍ଲୀ:ସୋସିଆଲ ମିଡିଆ ଟୁଇଟର ପକ୍ଷରୁ ଆରମ୍ଭ କର।ଯ।ଇଥିବ। ଫେକ୍ ଏକ।ଉଣ୍ଟ ବ୍ଲକ ପ୍ରକିୟରେ ବହୁ ର।ଜନେତ। ତ।ଙ୍କର ଫେକ୍ ଫଲୋୟରସଙ୍କୁ ହର।ଇଛନ୍ତି ।ଜାତୀୟସ୍ତରରେ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ ପ୍ରାୟ ୩ ଲକ୍ଷ ଫଲୋୟର୍ସଙ୍କୁ ହରାଇଥିବା ଜଣାପଡ଼ିଛି। ତାଙ୍କ ତଳକୁ ରହିଛନ୍ତି କଂଗ୍ରେସ ନେତା ଶଶୀ ଥରୁର। ସେ ମଧ୍ୟ ୧ଲକ୍ଷ ୫୧ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ ହରାଇଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ୯୧ ହଜାର, ସୁଷମା ସ୍ବରାଜ ୭୪ ହଜାର, ରାହୁଲ ଗାନ୍ଧୀ ୧୭ ହଜାର ଏବଂ ଅମିତ୍‌ ଶାହ ୩୩ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସଙ୍କୁ ହରାଇଛନ୍ତି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଶକ୍ତି ପ୍ରଦର୍ଶନ କରିବା ଲାଗି ଟୁଇଟରରେ ଫେକ୍‌ ଫଲୋୟର୍ସଙ୍କୁ ସାମିଲ କରିଥିବା ନେଇ ସ୍ମୃତି ଇରାନୀ ଗତବର୍ଷ ଅଭିଯୋଗ କରିଥିଲେ। ମାତ୍ର ଟୁଇଟରର ସଦ୍ୟ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରାୟ ୧୮ଗୁଣା ଫେକ୍‌ ଫଲୋୟର୍ସ ରହିଥିବା ଜଣାପଡ଼ିଛି। ଏହ।କୁ ନେଇ ର।ଜନୈତିକ ସ୍ଣରରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here