ଗ୍ରାମ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଗୁଳିମାଡ଼ରେ ୨ ମୃତ, ୨ ଗୁରୁତର

0
48

ନୟାଗଡ଼: ଗ୍ର।ମ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ ଦୁଇଟି ଜୀବନ ଯ।ଇଥିବ।ବେଳେ ଦୁଇଜଣ ଗୁରତର ହୋଇଛନ୍ତି ।
ନୟାଗଡ଼ ଜିଲା ଶରଣକୂଳ ଥାନା ପାଣିଭଣ୍ଡାର ଓ ବଧି ସାହିଠାରେ ପାଣିଭଣ୍ଡାର ଗ୍ରାମର ରାମଚନ୍ଦ୍ର ପ୍ରଧାନ, ସିଲି ପ୍ରଧାନ। ସେହିଭଳି ଗୁରୁତର ଦ୍ୱୟ ହେଲେ ଚନ୍ଦନ ଧାନ ଓ ମନୋଜ କୁମାର ସ୍ବାଇଁ।
ମିଳିଥିବା ସୂଚନା ଅନୁଯାୟୀ, ପାଣିଭଣ୍ଡାର ଗାଁ ଦେଇ ଯାଇଥିବା ଏକ ନାଳରେ ବଧି ସାହି ଗ୍ରାମବାସୀ ବନ୍ଧ ଦେଇଥିଲେ। ଫଳରେ ବର୍ଷା ସମୟରେ ପାଣିଭଣ୍ଡାର ଗାଁ ଜଳମଗ୍ନ ହେବାସହ ଗ୍ରାମବାସୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଣୁ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ପାଣିଭଣ୍ଡାର ଗ୍ରାମବାସୀ ଉକ୍ତ ବନ୍ଧକୁ ଭାଙ୍ଗୁ ଥିବା ସମୟରେ ବଧି ସାହି ଲୋକେ ଗଣ୍ଡଗୋଳ କରିଥିଲେ। ଏପରିକି ଗୁଳି ଚଳାଇଥିଲେ। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତେଜନା ଲ।ଗିରହିଛି ।

LEAVE A REPLY

Please enter your comment!
Please enter your name here