ପହଣ୍ଡିରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ

0
35

ପୁରୀ: ଧାଡ଼ି ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ। ଭକ୍ତମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଟାହିଆ ହଲାଇ ବାଇଶି ପାହାଚ ଦେଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।
ସକାଳ ୮.୫୫ରେ ଶ୍ରୀ ସୁଦର୍ଶନ ପହଣ୍ଡିରେ ଆସି ୯.୦୫ରେ ରଥାରୁଢ଼ ହେବାପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ହୋଇଛି। ମା’ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ରଥାରୂଢ଼ କରାଯାଇଛି।
ମଧ୍ୟାହ୍ନ ୧୨ଟା ୩୦ରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ନ ୨ ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।

LEAVE A REPLY

Please enter your comment!
Please enter your name here