ସାଧାରଣତନ୍ତ୍ର ଦିବସରେ ଅତିଥି ହୋଇ ପାରନ୍ତି ଟ୍ରମ୍ପ୍‌ !

0
41

ନୂଆଦିଲ୍ଲୀ: ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ଅତିଥି ହେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଛି। ଯଦି ସେ ଏହାକୁ ସ୍ବୀକାର କରନ୍ତି ତେବେ ଏହା ମୋଦିଙ୍କ ବିଦେଶ ନୀତିର ଏକ ବଡ ସଫଳତା ବୋଲି ଧରାଯିବ। ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ, ଉକ୍ତ ନିମନ୍ତ୍ରଣ ଚଳିତ ବର୍ଷ ଏପ୍ରିଲରେ ପଠାଯାଇଥିବା ବେଳେ ଏବେ ଏହାର ଉତ୍ତରକୁ ଅପେକ୍ଷା କରିଛି ଭାରତ। ତେବେ ଆମେରିକା ଏହାକୁ ସକରାତ୍ମକ ଭାବେ ନେଇ ବିଚାର କରୁଥିବା ଜଣାପଡିଛି। ଯଦି ଟ୍ରମ୍ପ୍‌ ସାଧାରଣତନ୍ତ୍ର ଦିବସରେ ଭାରତର ଅତିଥି ହୁଅନ୍ତି ତେବେ ଏହା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଗସ୍ତଠାରୁ ଆହୁରି ଚର୍ଚ୍ଚିତ ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ୨୦୧୫ରେ ଓବାମା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here