ଭାଜପାକୁ ଧମକ ଦେଲେ ମେହେବୁବା

0
52

ଜମ୍ମୁ-କଶ୍ମୀର: ଜ।ମ୍ମୁ-କ।ଶ୍ମୀରେ ବିଜେପି ପିଡିପି ସହ ମେଣ୍ଟ ସରକାର ଭ।ଙ୍ଗିଦେବ। ପରେ ଦୁଇ ଦଳ ଭିତରେ ର।ଜନୈତିକ ଆରୋପ ପ୍ରତ୍ୟ।ରୋପ ଜ।ରି ରହିଛି । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି ମୋଦି ସରକାରଙ୍କୁ ଧମକ ଦେଇଛନ୍ତି। ରାଜ୍ୟରେ ଭାଜପା ପିଡିପିକୁ ଭାଙ୍ଗିବାକୁ ଚେଷ୍ଟା କଲେ ଆହୁରି ସଲ୍ଲାଉଦ୍ଦିନ ଜନ୍ମ ନେବା ସହ ରାଜ୍ୟର ସ୍ଥିତି ୯୦ ଦଶକ ଭଳି ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୧୯୮୭ ନିର୍ବାଚନରେ ହୋଇଥିବା ଗଣ୍ଡଗୋଳରୁ ୟାସିନ ମଲ୍ଲିକ ଓ ହିଜ୍‌ବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲ୍ଲାଉଦ୍ଦିନ ଜନ୍ମ ନେଇଥିଲେ। ତେଣୁ ଏଥର ପୁଣି ଯଦି ଭାଜପା ପିଡିପିକୁ ଭାଙ୍ଗିବାକୁ ଚେଷ୍ଟା କରେ ଓ କଶ୍ମୀର ଜନତାଙ୍କ ହକ୍‌ ଉପରେ ଆଞ୍ଚ ଆସେ ତେବେ ପରିସ୍ଥିତି ଆହୁରି ଖରାପ ହେବ। ଏହାର ପ୍ରତିକ୍ରିୟାରେ ଜମ୍ମୁ-କଶ୍ମୀର ଭାଜପା ଅଧ୍ୟକ୍ଷ ରବୀନ୍ଦ୍ର ରୈନା କହିଛନ୍ତି, ମେହେବୁବାଙ୍କ ବୟାନ ଆପତ୍ତିଜନକ। ଭାଜପା ପିଡିପିକୁ ଭାଙ୍ଗିବାକୁ ଚାହୁଁନି ବରଂ ଜମ୍ମୁ-କଶ୍ମୀରକୁ ଶାନ୍ତି, ସୁଶାସନ ଓ ବିକାଶ ଦିଗରେ ନେବାକୁ ଚେଷ୍ଟା କରୁଛି। ସ।ଧ।ରଣ ଲୋକ ଭଲଭ।ବରେ ଜ।ଣନ୍ତି କିଏ ଅଶ।ନ୍ତି ସୃଷ୍ଟି କରିବ।କୁ ଚ।ହୁଁଛି ।

LEAVE A REPLY

Please enter your comment!
Please enter your name here