ବିଜେଡିରେ ମିଶିଲେ ଦୁଷ୍ମନ୍ତ

0
58

ଭୁବନେଶ୍ୱର: କଂଗ୍ରେସର ଟାଣୁଆ ଯୁବ ନେତା ତଥା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ଦୁଷ୍ମନ୍ତଙ୍କ ବ୍ୟତୀତ କଳାହାଣ୍ଡି ଜିଲା କଂଗ୍ରେସର ଶତାଧିକ ତୃଳମୂଳ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ଦଳକୁ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଦୁଷ୍ମନ୍ତ କହିଛନ୍ତି ଯେ , ନବୀନ ବାବୁଙ୍କ ସଚୋଟ ଭାବମୂର୍ତ୍ତି ଏବଂ ପ୍ରଗତି ପାଇଁ ଉଦ୍ୟମ ଯୋଗୁ ବିଜେଡିରେ ଯୋଗ ଦେଇଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here