ସିବିଆଇ ସ୍କାନରରେ ସୂର୍ଯ୍ୟଙ୍କ ପୁଅ ବିପ୍ଲବ

0
37

ଭୁବନେଶ୍ୱର : ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ସିବିଆଇ ସ୍କାନରରେ ମନ୍ତ୍ରୀଙ୍କ ପୁଅ। ଅର୍ଥତତ୍ୱ ଲିଙ୍କ୍‌ରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ଅର୍ଥତତ୍ୱ ସହ ବିପ୍ଲବଙ୍କର ଲିଙ୍କ ନେଇ ସିବିଆଇ ସୁରାକ ପାଇଛି । ଗତ ଜୁନ ୨୯ରେ ବିପ୍ଲବଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି ।

ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି। ବିପ୍ଲବ ନିଜ ଅଫିସରେ ଲଗାଇଥିବା ଏକାଧିକ କଂପୁଟରର ବିଲ୍ ଅର୍ଥତତ୍ୱ ଆକାଉଣ୍ଟରୁ ପୈଠ ହୋଇଥିବା CBI ସୁରାକ ପାଇଥିଲା। ସିବିଆଇ ମଧ୍ୟ ବିପ୍ଲବଙ୍କ ଅଫିସକୁ ଯାଇ ଏହାର ଯାଂଚ କରିଛି । ସେହିପରି ସହିଦନଗରର ଯେଉଁ ସଂସ୍ଥାରୁ କମ୍ପୁ୍ୟଟର କିଣାଯାଇଥିଲା ସେହି କର୍ମଚାରୀମାନଙ୍କର ବୟାନ ମଧ୍ୟ ରେକଡର଼୍ କରାଯାଇଛି । ତେବେ ପଚରାଉଚରା ବେଳେ ବିପ୍ଲବ କାଗଜପତ୍ର ଦେଖାଇ ପାରିନଥିଲେ । ଏଥିପାଇଁ ସେ ସମୟ ମାଗିଛନ୍ତି । ବିପ୍ଲବ ସମୟ ମାଗିଥିବାରୁ ସେ ସନେ୍ଦହର କୁହେଳିକା ଭିତରକୁ ଠେଲି ହୋଇଯାଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିପ୍ଲବ ସିବିଆଇ ତଦନ୍ତ ପରିସରଭୁକ୍ତ ହେବା ଘଟଣା ସୂର୍ଯ୍ୟଙ୍କ ଟେନସନର କାରଣ ହୋଇଥିବା ଚର୍ଚ୍ଚା ହେଉଛି ।
ସିବିଆଇ ସ୍କାନରରେ ସୂର୍ଯ୍ୟଙ୍କ ପୁଅ ବିପ୍ଲବ

LEAVE A REPLY

Please enter your comment!
Please enter your name here