ବଡ଼ଦାଣ୍ଡରେ ନୋ ଫ୍ଲାଇଙ୍ଗ ଜୋନ ଅଗ୍ରାହ୍ୟ: ୧୦ ହଜାର ଫୁଟ ତଳକୁ ଆସିଲେ ମିଳିବ ସୂଚନା

0
52

ପୁରୀ: ଜୁଲାଇ ୧୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ବଡଦାଣ୍ଡକୁ ନୋ ଫ୍ଲାଇଙ୍ଗ ଜୋନ କରିବା ଲାଗି ଜିଲା ପ୍ରଶାସନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ଆବେଦନ କରିଥିଲା। ତେବେ ବିମାନ ମନ୍ତ୍ରାଳୟ ଏହାକୁ ଆଗ୍ରହ୍ୟ କରିଦେଇଛନ୍ତି ବୋଲି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଲେ ଯେ, ଏହା ଏକ ଇଣ୍ଟରନ୍ୟାସନାଲ ଫ୍ଲାଇଙ୍ଗ ଜୋନ ହୋଇଥିବାରୁ ମନ୍ତ୍ରାଳୟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ବିମାନ ଗୁଡିକ ୩୫ ହଜାର ଫୁଟ ଉପରେ ଯାତାୟତ କରୁଥିବାରୁ ଏନେଇ କୌଣସି ବିପଦ ନାହିଁ। ୧୦ ହଜାର ଫୁଟ ତଳକୁ ଆସିଲେ ସିଗନାଲ୍‌ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here