ଇଣ୍ଡିଆ ସ୍କିଲ ପୂର୍ବଭାରତ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜିତ ହେବ

0
36

ଭୁବନେଶ୍ୱର -ଇଣ୍ଡିଆ ସ୍କିଲ ପୂର୍ବ ଭାରତ ଆଂଚଳିକ ପ୍ରତିଯୋଗିତା ୨୦୧୮ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ତଥା ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡ଼ିସି) ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ୧୫ରୁ ୧୭ ତିନିଦିନ ଧରି ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହା ସହ ‘ସ୍କିଲ୍ ଇଣ୍ଡିଆ ମିଶନ’ର ତୃତୀୟ ପ୍ରତିଷ୍ଠା ଦିବସ ମଧ୍ୟ ଏହି କାର୍ଯ୍ୟକ୍ରମ ସ୍ଥଳରେ ଅନୁଷ୍ଠିତ ହେବ । ୧୫ ଜୁଲାଇକୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଇ ଆସୁଛି ।

ଏହି ତି୍ରଦିବସୀୟ କାର୍ଯ୍ୟକ୍ରମରେ ପେଶାଦାର ପରାମର୍ଶଦାତା ମାନେ ଯୁବପିଢିକୁ କାଉନସିଲଂ କ୍ୟାମ୍ଫରେ ସାମିଲ ହେବେ । ସେକ୍ଟର ସ୍କିଲ କାଉନିସିଲଂ, ପ୍ରଧାନମନ୍ତ୍ରୀ ଦକ୍ଷତା କେନ୍ଦ୍ର ତଥା ଅନ୍ୟ ବୈଷୟିକ ସହଯୋଗୀ ମାନଙ୍କ ଦ୍ୱାରା ୫୦ଟିରୁ ଊଦ୍ଧ୍ୱର୍ ପ୍ରଦର୍ଶନୀ ଷ୍ଟଲ ପ୍ରତିଷ୍ଠା କରାଯିବ । ଏହି ଠାରେ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ୱାରା ସେମିନାର୍ ଓ କନଫରେନ୍ସ ମଧ୍ୟ ଅନୁଷ୍ଠିତ ହେବ ।
କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ୧୫ ତାରିଖ ଅପରାହ୍ନ ୨.୩୦ ଘଂଟା ସମୟରେ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନୂଆ ଉଦ୍ୟମର ଶୁଭାରମ୍ଭ କରାଯିବ । ଏଗୁଡ଼ିକ ମଧ୍ୟରେ ସର୍ବଶ୍ରେଷ୍ଠ ଶ୍ରେଣୀ ଶିକ୍ଷା ସହ ପ୍ରାୟର ଲରନିଂର ସ୍ୱିକୃତି, ଆପରେଂଟିସି ୍ର ନୂଆ ପ୍ରଶିକ୍ଷଣ ଫ୍ରେମୱାର୍କ, ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ତଥା ମୂଲ୍ୟବାନକାରୀଙ୍କ ପ୍ରଶିକ୍ଷଣ ଆଦି ଅନ୍ତର୍ଭୂକ୍ତ ।
୧୬ ଜୁଲାଇରେ ଭୁବନେଶ୍ୱର ଉପକଣ୍ଠରେ ବାରଙ୍ଗଠାରେ ନ୍ୟାସନାଲ୍ ସ୍କୁଲ ଟ୍ରେନିଂ ଇନଷ୍ଟିଚୁ୍ୟଟ (ଏନ୍ଏସ୍ଟିଆଇ)ର ଭିତି ୍ରସ୍ତର ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉତ୍ସବରେ ରାଜ୍ୟସରକାରଙ୍କର ଯୋଜନା ସଂଯୋଜନା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ, ସ୍ଥାନୀୟ ସାଂସଦ ବିଧାୟକ ଏହି ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ପ୍ରସ୍ତାବିତ ଏନ୍ଏସ୍ଟିଆଇ ଦେଶର ପ୍ରଥମ ଗ୍ରିନ୍ ଫିଲ୍ଡ ଅନୁଷ୍ଠାନ ହେବ । ଏଠାରେ ଦୀର୍ଘମିଆଦୀ ଓ ସ୍ୱଳ୍ପମିଆଦି ତଥା ଆଧୁନିକ ଡ଼ିପ୍ଲୋମା ପରେ ପାଠ୍ୟକ୍ରମ ଯଥା ସିଷ୍ଟମ ଆପ୍ଲିକେଶନ ପ୍ରଡ଼କ୍ଟସ (ଏସଏପି, ଇଂଟରନେଟ୍ ଅଫ୍ ଥି୍ରଂଗସ୍ ଆଇଓୱାଇ, ସ୍ମାଟ ସିଟି, ହେଲଥ୍ କେୟାର, କୃଷି,ମୋବାଇଲି ରିପ୍ୟାରିଙ୍ଗ, ସୋଲାର ଟେକ୍ନୋସିଆଲ, ଆଇଟି ନେଟ୍ୱାକ୍ , କ୍ଲାଉଡ଼ କମ୍ପ୍ୟୁଟିଙ୍ଗ, ପ୍ରଶିକ୍ଷକଙ୍କ ପାଇଁ ଶିକ୍ଷା ଓ ପାରମ୍ପରିକ ପାଠ୍ୟକ୍ରମ ଯଥା ଫିଟର୍, ଇଲୋଟି୍ରସିଆନ, ପ୍ଲବିଂ ଓ ୱେଲଡ଼ିଂ ଭଳି ପାଠ୍ୟକ୍ରମ ରହିବ ।
ଏହି ଅନୁଷ୍ଠାନ ପାଇଁ ରାଜ୍ୟ ସରକାର ୫ ଏକର ଜାଗା ମାଗଣାରେ ଯୋଗାଇ ଦେଇଛନ୍ତି । ଏହି ଅନୁଷ୍ଠାନର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ପ୍ଲାଭେଟେରିଂ, ହଷ୍ଟେଲ ଯନ୍ତ୍ରପାତି ଖର୍ଚ୍ଚ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ତରଫରୁ କରାଯିବ । ଦକ୍ଷତା ବିକାଶ ମନ୍ତ୍ରଣାଳୟର ଏକ ଅନୁଷ୍ଠାନ ଭାବରେ ଏହା ପରିଚାଳିତ ହେବ । ଇଣ୍ଡିଆ ସ୍କିଲ-୨୦୧୮ ପୂର୍ବ ଭାରତର ଏହି କାର୍ଯ୍ୟକ୍ରମ ଦେଶରେ ଆଂଚଳିକ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା ସିରିଜର ଶେଷ କାର୍ଯ୍ୟକ୍ରମ । ପ୍ରଥମ ଥର ଦେଶରେ ୨୧ଟି ରାଜ୍ୟର ଭାଗିଦାରୀରେ ଦେଶର ୫୦୦ରୁ ଅଧିକ ସ୍ଥାନରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।
ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ ଏନଏସ୍ଡ଼ିସି ସହ ମିଶି ରାଜ୍ୟମାନଙ୍କରେ ହୋଇଥିବା ଏହି ପ୍ରତିଯୋଗିତା ଗୁଡ଼ିକରେ ୫୦ ହଜାରରୁ ଅଧିକ ଯୁବପିଢି ଅଂଶଗ୍ରହଣ କରିଛନ୍ତି ।
ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୩ଟି ରାଜ୍ୟର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ମୁଖ୍ୟତ ପୂର୍ବଭାରତର ୭ଟି ରାଜ୍ୟ ଯଥା ଓଡ଼ିଶା, ବିହାର, ଆସାମ, ନାଗାଲାଣ୍ଡ, ତି୍ର ୁରା, ଝାଡ଼ଖଣ୍ଡ ଓ ମେଘାଳୟର ପ୍ରତିଯୋଗୀମାନେ ୨୭ଟି କ୍ଷେତ୍ରରେ ପ୍ରତିଯୋଗିତା କରିବେ ।
ଦେଶର ୪ଟି ସ୍ଥାନରେ ଅନୁଷ୍ଠିତ ଏପରି କାର୍ଯ୍ୟକ୍ରମର ସଫଳ ପ୍ରତିଯୋଗୀମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ପ୍ରତିଯୋଗିତା ଅକ୍ଟୋବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ।
ରାଷ୍ଟ୍ରୀୟସ୍ତରର ସଫଳ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ସେମାନେ ବିଶ୍ୱ ସ୍କିଲ ପ୍ରତିଯୋଗିତାରେ ଯୋଗ ଦେବାର ସୁଯୋଗ ପାଇବେ । ଏହି ବିଶ୍ୱ ପ୍ରତିଯୋଗିତା ଅଗଷ୍ଟ ୨୦୧୨ରେ ଋଷର କାଜନଠାରେ ଅନୁଷ୍ଠିତ ହେବ । ଭାରତ ୨୦୧୧ ମସିହାର ଏହି ବିଶ୍ୱ ସ୍କିଲ ପ୍ରତିଯୋଗିତାରେ ଏନଏସ୍ଡ଼ିସି ସଂଯୋଜନାରେ ଭାଗ ନେଇ ଆସୁଛି । ମାତ୍ର ୨୦୧୭ରେ ପ୍ରତିଯୋଗିତାରେ ଭାରତ ପଦକ ବିଜୟ ଆରମ୍ଭ କରିଛି । ଏହି ପ୍ରତିଯୋଗିତାରେ ଭାରତ ୫୨ଟି ପ୍ରତିଯୋଗୀ ରାଷ୍ଟ୍ରମଧ୍ୟରେ ୧୯ ସ୍ଥାନ ହାସଲ କରି ବିଭିନ୍ନ ବିକଶିତ ରାଜ୍ୟ ମାନଙ୍କଠାରୁ ମଧ୍ୟ ଉପôାଦପ୍ରଦର୍ଶନ କରିଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଡା.ବି.କେ ରାୟ, ପିଏମକେଭିୱାଇର ବିରିଷ୍ଠ ଅଧିକାରୀ ଜୟକାନ୍ତ ସିଂ, ଗୌରବ କାପୁର ଏବଂ ରଞ୍ଜନ ଚୌଧୁରୀ ପ୍ରମୁଖ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here