ଫିଫା ବିଶ୍ୱକପ୍‌: ଫାଇନାଲରେ ଫ୍ରାନ୍ସ-କ୍ରୋଏସିଆ

0
18

ମସ୍କୋ: ଅତିରିକ୍ତ ସମୟରେ ମାରିଓ ମାଣ୍ଡଜୁକିକ୍‌ଙ୍କ ଗୋଲ ବଳରେ ଇତିହାସ ରଚିଛି କ୍ରୋଏସିଆ। ଫିଫା ବିଶ୍ୱକପର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଏହି ଦଳ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର ରହିବାରୁ ଅତିରିକ୍ତ ସମୟପାଇଁ ଖେଳ ହୋଇଥିଲା। ଏହି ପର୍ଯ୍ୟାୟରେ ଗୋଲ ସ୍କୋର କରି ହିରୋ ସାଜିଥିଲେ ମାଣ୍ଡଜୁକିକ୍‌। ବିପର୍ଯ୍ୟୟ ଘଟାଇବା ସହ ନିଜ ବିଶ୍ୱକପ ଇତିହାସରେ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ କରିଥିବା କ୍ରୋଏସିଆ ଆସନ୍ତା ରବିବାର ଟାଇଟଲ ମୁକାବିଲାରେ ଫ୍ରାନ୍ସକୁ ଭେଟିବ। ପରାଜିତ ଇଂଲଣ୍ଡ ତୃତୀୟ ସ୍ଥାନ ପାଇଁ ବେଲଜିୟମ ସହିତ ମୁକାବିଲା କରିବ। ପ୍ରଥମ ଦଳଭାବେ ଫ୍ରାନ୍ସ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି।

LEAVE A REPLY

Please enter your comment!
Please enter your name here