ଆଇଓସିଏଲ୍ ପକ୍ଷରୁ ଆଉ ୪୦୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବ

0
45

ଭୁବନେଶ୍ୱର: ଭାରତୀୟ ତୈଳ ନିଗମ ପକ୍ଷରୁ ପେଟ୍ରୋଲିୟମ୍ ସାମଗ୍ରୀ ଉତ୍ପାଦନର ପରିବହନ ପାଇଁ ୨ଟି ନୂଆ ପାଇପ୍ ଲାଇନ୍ ବିଛାଇବାକୁ ଘୋଷଣା କରାଯାଇଛି । ଏଥିପାଇଁ ଭାରତୀୟ ପରିବହନ ନିଗମ (ଆଇଓସିଏଲ୍) ୪୦୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ । ସହଯୋଗୀ ସଂସ୍ଥା ସାଉଥ୍ ଇଷ୍ଟର୍ଣ୍ଣ ରିଜିୟନ୍ ପାଇପ୍ଲାଇନ୍ସ (ଏସ୍ଇଆର୍ପିଏଲ୍) ଜରିଆରେ ଏହି ପୁଞ୍ଜି ନିବେଶ କରିବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିସି ଚୋବେ ଗଣମାଧ୍ୟମକୁ କହିଛନ୍ତି ।
ଶ୍ରୀ ଚୋବେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କମ୍ପାନୀ ଓଡ଼ିଶାରେ ବିଭିନ୍ନ ପାଇପ୍ଲାଇନ୍ ପ୍ରକଳ୍ପ ପାଇଁ ୩୧୨୭ କୋଟି ଟଙ୍କା ଖଟାଇ ସାରିଛି । ଆଗକୁ ଆଉ ୪୦୦୦ କୋଟି ଟଙ୍କା ଖଟାଇବ । ମୋଟର ସ୍ପିରିଟ୍, ହାଇସ୍ପିଡ୍ ଡିଜେଲ, କିରାସିନି ଓ ବିମାନ ଇନ୍ଧନ ଇଡି ଭଳି ଉତ୍ପାଦ ପରିବହନ ପାଇଁ ରାଷ୍ଟ୍ରାୟତ୍ତ ଆଇଓସିଏଲ୍ ପାରାଦୀପ-ହାଇଦ୍ରାବାଦ୍ ପାଇପ୍ଲାଇନ୍ (ପିଏଚ୍ପିଏଲ୍) ବିଛାଇବ । ଏବେ ୧୨୧୨ କିଲୋମିଟର ଦୀର୍ଘ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରତୀକ୍ଷିତ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।
ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ପେଟ୍ରୋଲିୟମ ଉତ୍ପାଦ ଚାହିଦା ପୂରଣ କରିବାରେ ପିଏଚ୍ପିଏଲ୍ ବେଶ୍ ସହାୟକ ହେବ । ୨୩୨୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ୨୦୨୦ ଅଗଷ୍ଟ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ଚୋବେ ସୂଚନା ଦେଇଛନ୍ତି ।
ସେହିଭଳି ଦ୍ୱିତୀୟ ପାଇପ୍ଲାଇନ୍, ଧାମରା-ହଳଦିଆ-ପାରାଦୀପ ଏଲ୍ଏନ୍ଜି ପାଇପାଇଲାଇନ୍ ପ୍ରକଳ୍ପ ଧାମରା ବନ୍ଦରରୁ ହଳଦିଆ ଓ ପାରାଦୀପକୁ ପ୍ରାକୃତିକ ଗ୍ୟାସ୍ ଯୋଗାଣ କରିବ । ଏହି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ନିବେଶ ହେବ । ଏହା ଶେଷ ହେବାକୁ ଦେଢ଼ ବର୍ଷ ସମୟ ଲାଗିବ । ଅପରପକ୍ଷରେ ପାରାଦୀପ-ସୋମନାଥପୁର (ବାଲେଶ୍ୱର)-ହଳଦିଆ ପ୍ରଡକ୍ଟ ପାଇପ୍ଲାଇନ୍ ନାମରେ ଏକ ନୂଆ ବିଛାଇବା ପାଇଁ ଆଇଓସିଏଲ୍ ଯୋଜନା କରିଛି । ଏହି ପାଇପ୍ଲାଇନ୍ ପାରାଦୀପ ବିଶୋଧନାଗାରରୁ ବିଭିନ୍ନ ଉତ୍ପାଦକୁ ହାଳଦିଆ ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ଶ୍ରୀ ଚୋବେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here