ବିଶ୍ୱର ସର୍ବ ବୃହତ ରଥ

0
44

କେନ୍ଦୁଝର:- ଜଗନ୍ନାଥଙ୍କର ରଥ ଯାତ୍ରାକୁ ଆଉ ମାତ୍ର ଚାରି ଦିନ ବାକି ଥିବାବେଳେ କେନ୍ଦୁଝରରେ ବିଶ୍ୱର ସର୍ବ ବୃହତ ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ରଥରେ ବିଜେ ହେବେ ଠାକୁର ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ସହିତ ଜଗତର ନାଥ ଜଗନ୍ନାଥ ଓ ଦେବୀ ଶୁଭଦ୍ରା ।

୧୬୬୧ ଖ୍ରୀଷ୍ଟାବ୍ଦରେ ଏଠାରେ ବଡ ଦେଉଳ ନିର୍ମିତ ହୋଇ ବିଗ୍ରହ ମାନ ପ୍ରତିଷ୍ଠା ହେବା ପରେ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା, ମାତ୍ର ୧୯୨୯ ପରଠାରୁ ଏହା ବିଶାଳ ରୂପ ନେଇଛି ଓ ସେବେ ଠାରୁ କେନ୍ଦୁଝର ରଥଯାତ୍ରାର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଅଛି । କେନ୍ଦୁଝର ରାଜ୍ୟର ଶ୍ରୀ ଶ୍ରୀ ବଳଦେବ ଜୀଉ ରାଷ୍ଟ୍ର ଦେବତା ଭାବରେ ଆରାଧ୍ୟ ଓ ମନ୍ଦିରର ନାମ ମଧ୍ୟ ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର ହୋଇଥିବା ବେଳେ ରଥର ନାମ କିନ୍ତୁ ନନ୍ଦିଘୋଷ ରଥ । ପବିତ୍ର ରଥ ଯାତ୍ରା ଦିନ ବଡ ଠାକୁର ଶ୍ରୀ ଶ୍ରୀ ବଳବେଦଜୀଉ ସାନ ଭାଇ ଜଗନ୍ନାଥ ଓ ଭଉଣି ଶୁଭଦ୍ରାଙ୍କୁ ସାଙ୍ଗରେ ନେଇ ବିଶାଳ ରଥରେ ରଥାରୁଢ ହୋଇ ଗୁଣ୍ଡିଚା ଯାତ୍ରା କରିଥାନ୍ତି । ଏହି ରଥର ସ୍ୱତନ୍ତ୍ରତା ହେଲା ଏହାର ଉଚ୍ଚତା ୪୦ ହାତ ଓ ଏହା ସହ ଦଧନଉତି ଓ ପତକା ମିଶି ସମୁଦାୟ ତଳ ଠାରୁ ପତକା ପର୍ଯ୍ୟନ୍ତ ଉଚ୍ଚତା ୫୨ ହାତ ହୋଇଥିବା ବେଳେ ଲମ୍ବ ଓ ପ୍ରସ୍ଥ ୨୮ ହାତ ଏବଂ ସିଂହାସନ ମଣ୍ଡପ ୧୪ ହାତ ଅଟେ । ଏହି ରଥ ଟିର ଅଖ ୨୨ ହାତରୁ ଅଧିକ, ଆହୁରୀ ମଧ୍ୟ ଏହି ରଥଟି ଶାଳ, ଶାଳମୂଳୀ, ଓ ଧଳା ନାମକ ତିନି ପ୍ରକାରର କାଠରେ ନିର୍ମିତ ହୋଇଥାଏ । ପୃଥିବୀ ପ୍ରସିଦ୍ଧ ପୁରୀର ନନ୍ଦିଘୋଷ ରଥ ଠାରୁ କେନ୍ଦୁଝର ରଥ ୬ ହାତ ଏକ ଚାଖେଣ୍ଡେ ଅଧିକ ଉଚ୍ଚ ଅଟେ ଏବଂ ପତାକା ସହ ଏହା ୫୨ ହାତ ଉଚ୍ଚ । ବିଭିନ୍ନ ରଙ୍ଗର ବସ୍ତ୍ର, ଅଳଙ୍କାର, ଦଶ ଅବତାର ମୂର୍ତି ଓ ବିଭିନ୍ନ ଚିତ୍ର ଓ ମୂର୍ତି ଦ୍ୱାରା ରଥଟି ବେଶ୍ ସୁସଜ୍ଜିତ କରାଯାଇଥାଏ । କେନ୍ଦୁଝର ରଥକୁ ଗବେଷକ ମାନେ ପୃଥିବୀର ବା ବିଶ୍ୱର ସବୁଠାରୁ ଉଚ୍ଚ ରଥ ବୋଲି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here