ଆଜିର ରାଶିଫଳ

0
20

ମେଷ : ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହି କାର୍ଯ୍ୟ କରି ପାରିବେ ଏବଂ ସଶକ୍ତ ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ପରିଜନମାନଙ୍କ ସାଥିରେ ଆନନ୍ଦ ଏବଂ ଉଲ୍ଲାସରେ ସମୟ ବିତିବ। ମାତାଙ୍କଠାରୁ ଲାଭ ହେବାର ସଂକେତ ମିଳୁଛି। ମିତ୍ର ଏବଂ ପରିଜନମାନଙ୍କର ସହଯୋଗ ମିଳିବ।

ବୃଷ : ଆଜି ସ୍ଵାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ। ଆପଣଙ୍କୁ କୌଣସି ଭାବରେ ମାନସିକ ଚିନ୍ତା ଘେରି ପାରେ, ଏହାକୁ ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ। ଆଜି ହେବାକୁ ଥିବା ଘଟଣାରେ ଆପଣ ଚିନ୍ତିତ ହୋଇପାରନ୍ତି। ସ୍ଵାସ୍ଥ୍ୟ ଖରାପ ହେବା ଏବଂ ଆଖିରେ କଷ୍ଟ କିମ୍ବା ଯନ୍ତ୍ରଣା ହେବାର ଆଶଂକା ଅଛି। ପରିଜନମାନଙ୍କର ବିରୋଧ ଏବଂ ଋଷାପଣର ସାମନା କରିବାକୁ ପଡ଼ିପାରେ। ଆଜି ନୂଆ କାର୍ଯ୍ୟ ଆରମ୍ଭ ନ କରିବା ହିଁ ଭଲ। ଖର୍ଚ୍ଚ ଅପେକ୍ଷାକୃତ ଅଧିକ ବଢ଼ିପାରେ। ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ।

ମିଥୁନ : ଆଜି ଆପଣଙ୍କୁ ପ୍ରତ୍ୟେକ ଦୀଗରୁ ଖୁସି ଏବଂ ସଫଳତା ମିଳିବାର ଯୋଗ ଅଛି। ପତ୍ନୀ ଏବଂ ପୁତ୍ରଙ୍କ ତରଫରୁ ଲାଭଦାୟୀ ସମାଚାର ମିଳିବ। ମିତ୍ରମାନଙ୍କୁ ସାକ୍ଷାତକରି ଆନନ୍ଦ ମିଳିବ। ବିବାହ ଇଚ୍ଛୁକ ଲୋକମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିପାରେ। ଦିନ ପୂରା ଭାବରେ ଏଞ୍ଜୟ କରନ୍ତୁ ଏବଂ ପ୍ରସନ୍ନ ମନରେ ଆଗକୁ ପ୍ଲାନିଙ୍ଗ କରନ୍ତୁ।

କର୍କଟ : ଆଜିର ଦିନ ବ୍ୟବସାୟ ପାଇଁ ଲାଭଦାୟୀ ଅଟେ। ଆପଣଙ୍କ ଉପରେ ବରିଷ୍ଠ ଅଧିକାରୀମାନଙ୍କର କୃପାଦୃଷ୍ଟି ରହିବ, ଯାହାଫଳରେ ମାନ ସମ୍ମାନ ଏବଂ ଆର୍ଥିକ ପ୍ରଗତି ହେବ। ପଦୋନ୍ନତିର ପୂରା ସମ୍ଭାବନା ଅଛି। ପରିବାରରେ ଆବଶ୍ୟକ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ମାତାଙ୍କର ସ୍ଵାସ୍ଥ୍ୟ ଭଲ ରହିବ। ଧନ- ସଂପତ୍ତି ଏବଂ ମାନ-ସମ୍ମାନର ଅଧିକାରୀ ବନିବେ। ଘରର ସାଜସଜ୍ଜାରେ ଅଦଳ ବଦଳ କରିପାରନ୍ତି। ଆଳସ୍ୟ ଅନୁଭବ ହୋଇପାରେ, ପରନ୍ତୁ ସ୍ଵାସ୍ଥ୍ୟ ଭଲ ରହିବ।

ସିଂହ : ଆଜିର ଦିନ ଧାର୍ମିକ ପ୍ରବୃତ୍ତିଗୁଡ଼ିକରେ ବ୍ୟସ୍ତ ରହିବେ। ସ୍ନେହୀଜନମାନଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯିବାର ସୁଯୋଗ ମଧ୍ୟ ପ୍ରାପ୍ତ ହୋଇପାରେ। ନିଜର କାର୍ଯ୍ୟଗୁଡ଼ିକ ଶୀଘ୍ର କରିବାକୁ ପ୍ରୟାସ କରନ୍ତୁ। ଆପଣଙ୍କ ବ୍ୟବହାର ଆଜି ନ୍ୟାୟାନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟରେ ବାଧା ଉପସ୍ଥିତ ହେବାର ଆଶଙ୍କା ଅଛି ଉଚ୍ଚପଦାଧିକାରିମାନଙ୍କ ଅପ୍ରସନ୍ନତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ମଧ୍ୟମ ରହିବ।

କନ୍ୟା : ଆଜି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବା ଉତ୍ତମ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଅନ୍ୟଥା ବେକାର କଥାଗୁଡ଼ିକ ଉପରେ ବିବାଦ ହୋଇପାରେ। ପରିବାରରେ କୌଣସି କଥାକୁ ନେଇକରି ବିବାଦ ହୋଇପାରେ, ଏଥିରୁ ଦୂରରେ ରୁହନ୍ତୁ। ଏପରି ଲୋକମାନଙ୍କଠାରୁ ସାବଧାନ ରୁହନ୍ତୁ, ଯେଉଁମାନେ ନିଜର ହିତ ସାଧନରେ ଲାଗିଛନ୍ତି।

ତୁଳା : ଦିନ ଶୁଭ ଅଟେ। ବନ୍ଧୁ ଏବଂ ସାଙ୍ଗମାନଙ୍କ ସାଥିରେ ମଉଜ-ମସ୍ତୀ ଏବଂ ଯାତ୍ରାର ଯୋଗ ବନୁଛି। କିଣାକିଣି ଉପରେ ଖର୍ଚ୍ଚ କରିପାରନ୍ତି। ଦିନଭର ମାନସିକ ପ୍ରସନ୍ନତା ରହିବ। ମାନ-ସମ୍ମାନ ମିଳିବାର ଯୋଗ ଅଛି। ଅନ୍ୟ କାହାର ନକାରାତ୍ମକତା ନିଜ ଉପରେ ହାବୀ ହେବାପାଇଁ ଦିଅନ୍ତୁ ନାହିଁ। ଖୁସି ରୁହନ୍ତୁ, ମସ୍ତ ରୁହନ୍ତୁ।

ବିଚ୍ଛା : ଆଜି ଆପଣଙ୍କ ଘରେ ସୁଖ-ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଧନ ଜରୁରୀ ବସ୍ତୁ ଉପରେ ହିଁ ଖର୍ଚ୍ଚ କରିବା ଭଲ ହେବ। ରୋଗାକ୍ରନ୍ତ ବ୍ୟକ୍ତିମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତଥା ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ଦଫ୍ତରରେ ସହକର୍ମିମାନଙ୍କର ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କ ସହ ସାକ୍ଷାତକରିବେ। ଧନ ଲାଭ ହେବ ଏବଂ ଅଧୂରା କାର୍ଯ୍ୟ ସଂପନ୍ନ ହେବ।

ଧନୁ : ଆଜି ଯାତ୍ରା ନ କରିବା ହିଁ ଭଲ। ସନ୍ତାନମାନଙ୍କ ତରଫରୁ କିଛି ଚିନ୍ତା ହୋଇପାରେ। ସଫଳତା ନ ମିଳିବାରୁ ନିରାଶ ଦୁଅନ୍ତୁ ନାହିଁ, ଶିଘ୍ର ସବୁ ଠିକ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ସାହିତ୍ୟ ଏବଂ କଳାରେ ଆପଣଙ୍କ ରୁଚି ରହିବ ଏବଂ ମନରେ କଳ୍ପନାର ତରଙ୍ଗ ଉଠିବ। ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ପ୍ରଣୟ ସମ୍ବନ୍ଧ ପାଇଁ ଆଜିର ଦିନ ଯୋଗ୍ୟ ଅଟେ।

ମକର : ଆଜି ମନ କିଛି ବିଚଳିତ ରହିପାରେ। ପରିବାରରେ କ୍ଲେଶ ନ ହେଉ ଏହାର ଧ୍ୟାନ ରଖିବେ। ଶରୀରରେ ଫୂର୍ତ୍ତିର ଅଭାବ ଅନୁଭବ କରିପାରନ୍ତି। ନିଜନିଜ ମଧ୍ୟରେ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ। ନୀଦରେ କିଛି ଅସୁବିଧା ଉତ୍ପନ୍ନ ହୋଇପାରେ। କୌଣସି ଯୁକ୍ତିରେ ପଡ଼ନ୍ତୁ ନାହିଁ, ମାନହାନି ହେବାର ସମ୍ଭାବନା ଅଛି। ମହିଳା ଏବଂ ପାଣି ପ୍ରତି ସାବଧାନ ରୁହନ୍ତୁ। ମାନସିକ ଆବେଗ ଏବଂ ପ୍ରତିକୂଳତାରେ ବୃଦ୍ଧି ଆପଣଙ୍କ ଦିନକୁ ବ୍ୟଗ୍ରତାପୂର୍ଣ୍ଣ କରିବ।

କୁମ୍ଭ : ମାନସିକ ରୂପରେ ଆଜି ଆପଣ ବହୁତ ହାଲୁକାପଣ ଅନୁଭବ କରିବେ। ଆପଣଙ୍କ ମନ ଉପରେ ଛାଇ ରହିଥିବା ଚିନ୍ତାର ବାଦଲ ହଟିବାରୁ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ। ଘରେ ବନ୍ଧୁ-ବାନ୍ଧବମାନଙ୍କ ସହିତ ମିଶିକରି କିଛି ଆୟୋଜନ କରିବାର ସମ୍ଭାବନା ଦେଖା ଯାଉଛି। ତାଙ୍କ ସହିତ ସମୟ ଆନନ୍ଦ ପୂର୍ବକ କଟିବ। ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ସାକ୍ଷାତ କରିବେ। ଘରର ଆଖପାଖ ବୁଲିବାର କାର୍ଯ୍ୟକ୍ରମ ବନିପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ଭାଗ୍ୟ ବୃଦ୍ଧି ହେବ। ବୈବାହିକ ଆନନ୍ଦ ଅନୁଭୂତ ହେବ।

ମୀନ : ଆଜି ଆପଣଙ୍କୁ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। କ୍ରୋଧ ଏବଂ ଜିହ୍ଵା ଉପରେ ନିୟନ୍ତ୍ରଣ ରଖିବାକୁ ହେବ ଅନ୍ୟଥା ଏହା ମାନସିକ ଦୁଖ ପହଁଞ୍ଚାଇବାର ସମ୍ଭାବନା ଅଛି। ଧନର ଦବା-ନବାରେ ସାବଧାନ ରହିବେ। ଆଜି ଆପଣଙ୍କ ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ସମ୍ଭାବନା ଅଛି, ଏଥିରୁ ବଞ୍ଚନ୍ତୁ। ନକାରାତ୍ମକ ବିଚାରକୁ ହାବୀ ହେବାପାଇଁ ଦିଅନ୍ତୁ ନାହିଁ ଏବଂ ଖାଇବା ପିଇବାରେ ନିୟନ୍ତ୍ରଣ ରଖିବେ।

LEAVE A REPLY

Please enter your comment!
Please enter your name here