ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

0
31

ପୁରୀ:ଆଉ ମାତ୍ର ୭ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ସେଥିପାଇଁ ମହାରଣା ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ ହୋଇପଡିଛନ୍ତି । ତିନି ରଥର ନିର୍ମାଣ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା କାରିଗର । ଅନ୍ୟପଟରେ ବିଭିନ୍ନ ରଙ୍ଗରେ ସଜ୍ଜିତ କରୁଛନ୍ତି ରୂପକାର ସେବାୟତ । ତିନି ରଥ ପାଇଁ ୩ଟି ପ୍ରଭା ଓ ସିଂହାସନ କାର୍ଯ୍ୟ ଶେଷ । ଏବେ କେବଳ ରଥ ଉପରେ କଳସ ସ୍ଥାପନ କରାଯିବ । ତେଣୁ କାରିଗର କଳସ ନିର୍ମାଣ କାର୍ଯ୍ୟରେ ମଧ୍ୟ ଲାଗିଛନ୍ତି । ତତ୍ ସହିତ ତିନି ରଥରେ ପାଶ୍ୱର୍ ଦେବଦେବୀ,ସଖୀ, ଓଲଟଶୁଆ, ହଂସପଟା, କନ୍ୟାପଟା, ରଷିପଡା,ଶ୍ରୀଖର ଡମ୍ବୁର, ଅଁଳାବେଢା, ଶୁଆ, ପ୍ରଭୁତିରେ ରଙ୍ଗ କାର୍ଯ୍ୟ କରୁଛନ୍ତି ଚିତ୍ରକର ସେବାୟତ । ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାରେ ପହଞ୍ଚିଛି । ତେଣୁ ଏବେ ତିନି ରଥ ଘୋଡାମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରଥର ଗୁଜ ଓ ପହିରେ ଚିତ୍ରକର ସେବାୟତ ଚିତ୍ର କରିବାରେ ଲିପ୍ତ । ଯେପରି ରଥନିର୍ମାଣ କାର୍ଯ୍ୟ ମୁଣ୍ଡି ମାରିଲା ବେଳକୁ ସେମାନଙ୍କ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବ ସେ ନେଇ ସେମାନେ ଜୋରସୋରରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଏହି କାମରେ ସାହାଯ୍ୟ ସହଯୋଗ କରୁଛନ୍ତି ଭୋଇ ସେବାୟତ । ଏଥିସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦରଜୀ ସେବାୟତ ତିନି ରଥ ପାଇଁ ଆବଶ୍ୟକ ହେଉଥିବା କପଡ଼ା ତିଆରି କରିବାରେ ଳାଗିଛନ୍ତି ।

LEAVE A REPLY

Please enter your comment!
Please enter your name here