ଟ୍ରକ୍ ପଛରେ ପିଟିହେଲା କାର୍‌, ୨ ମୃତ୍ୟୁ

0
60

କେନ୍ଦୁଝର: କେନ୍ଦୁଝର ସଦର ଥାନା ଏମ୍ଏସ୍‌ପି ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ୧୨ ଚକିଆ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍‌ରେ ଥିବା ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ଟି ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା କାର୍‌ଟି ସ୍ପିଡ଼୍‌କୁ କଣ୍ଟ୍ରୋଲ ନ କରିପାରି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିଚୟ ମିଳିପାରିନି। କାର୍‌ଟି ଶ୍ରୀକାନ୍ତ କୁମାର ତ୍ରିପାଠୀଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଟ୍ରକ୍ ପଛରେ ପିଟିହେଲା କାର୍‌, ୨ ମୃତ୍ୟୁ

LEAVE A REPLY

Please enter your comment!
Please enter your name here