ଆଜିର ରାଶିଫଳ

0
28

ମେଷ : ଆଜି ଆପଣଙ୍କ ଦିନ ଅନୁକୂଳ ଅଟେ। ସୁସ୍ଥ ମନରେ ଆଜି ସମସ୍ତ କାର୍ଯ୍ୟ କରି ପାରିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ। ମାତାଙ୍କଠାରୁ ଲାଭ ହେବ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ମିଶିବାରୁ ଘରେ ଖୁସିର ବାତାବରଣ ରହିବ।

ବୃଷ : ଆଜି ଆପଣଙ୍କ ମନ ଅନେକ ପ୍ରକାରର ଚିନ୍ତାରେ ଗ୍ରସ୍ତ ହୋଇପାରେ। ସ୍ଵାସ୍ଥ୍ୟ ବିଗଡ଼ି ପାରେ ଏବଂ ଆଖିରେ ଯନ୍ତ୍ରଣା ହେବାର ଆଶଂକା ଅଛି। ଆଜି ଆରମ୍ଭ କରାଯାଇଥିବା ନୂଆ କାର୍ଯ୍ୟ ଅପୂର୍ଣ୍ଣ ରହିପାରେ। ଅଯଥା ଖର୍ଚ୍ଚ ହୋଇପାରେ। ଦୁର୍ଘଟଣାରୁ ସାବଧାନ ରୁହନ୍ତୁ।

ମିଥୁନ : ଆଜିର ଦିନ ଆପଣଙ୍କପାଇଁ ବହୁତ ଲାଭପ୍ରଦ ଅଟେ। ଧନ ପ୍ରାପ୍ତି ପାଇଁ ଶୁଭ ଦିନ ଅଟେ। ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦପ୍ରଦ ହେବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ହୋଇପାରେ। ଉତ୍ତମ ଭୋଜନ ସୁଖ ମିଳିବ। ସନ୍ତାନଙ୍କର ତରଫରୁ ଶୁଭ ସମାଚାର ମିଳିବ। ଚାକିରି ଏବଂ ବ୍ୟାପାରରେ ବୃଦ୍ଧି ହେବ।

କର୍କଟ : ଆଜି ଆପଣଙ୍କପାଇଁ ଅଧିକ ଆରାମଦାୟକ ଦିନ ଅଟେ। ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ। ଚାକିରିରେ ଉଚ୍ଚ ପଦାଧିକାରୀମାନେ ପ୍ରସନ୍ନ ରହିବେ। ପ୍ରମୋଶନର ଯୋଗ ଅଛି। ଉଚ୍ଚାଧିକାରିମାନଙ୍କର ମହତ୍ତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ପରିଜନମାନଙ୍କ ମଧ୍ୟରେ ବିଚାର ବିମର୍ଶ ହେବ।

ସିଂହ : ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ ପ୍ରତି ଧ୍ୟାନ ଦିଅନ୍ତୁ। ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟଗୁଡ଼ିକରେ ଆଜିର ଦିନ ବିତିବ। ଧାର୍ମିକ ଯାତ୍ରାର ଆୟୋଜନ ହୋଇପାରେ। ଆଜି ଆପଣ ଟିକେ କ୍ରୋଧିତ ହୋଇପାରନ୍ତି, ଯାହା କାରଣରୁ ମାନସିକ ଅଶାନ୍ତି ହୋଇପାରେ।

କନ୍ୟା : ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ସମ୍ଭବ ହେଲେ, ବାହରର ଖାଇବା-ପିଇବାକୁ ବାରଣ କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ବନୁଥିବା କାମ ବିଗିଡ଼ି ପାରେ। ପରିଜନମାନଙ୍କ ସହିତ ଉଗ୍ର ଭାବରେ କଥା ହୁଅନ୍ତୁନାହିଁ। ଏହାର ବିଶେଷ ଧ୍ୟାନ ରଖିବେ।

ତୁଳା : ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ କଟିବ। ବିପରୀତ ଲିଙ୍ଗର ପାତ୍ର ଆପଣଙ୍କ ଜୀବନରେ ଆସିବେ। ନୂଆ ବସ୍ତ୍ର କ୍ରୟ କରିବେ। ମାନ-ସମ୍ମାନ ମିଳିବ। ଅଚାନକ ଧନ ଲାଭ ହୋଇପାରେ। ଭାଗ୍ୟ ଆପଣଙ୍କ ଭରପୂର ସାଥି ଦେବ। ସ୍ଵାସ୍ଥ୍ୟ ଭଲ ରହିବ।

ବିଚ୍ଛା : ଗୃହସ୍ଥ ଜୀବନରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ହେବ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ଅଫିସ୍ ରେ ସାଥିରେ କାମ କରୁଥିବା ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ ଏବଂ ମା ଘରୁ ଭଲ ସମାଚାର ମିଳିବ। ଧନ ଲାଭ ହେବ। ରୋକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରମୋଶନ ଯୋଗ ଅଛି।

ଧନୁ : ଆଜି ଆପଣ ଯାତ୍ରା କରନ୍ତୁନାହିଁ। କାରଣ ପେଟ ସମ୍ବନ୍ଧୀତ ରୋଗ ଏବଂ ସମସ୍ୟା ହୋଇପାରେ। କାର୍ଯ୍ୟରେ ସଫଳତା ନ ହେବାରୁ ନିରାଶା ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସାହିତ୍ୟ ଏବଂ କଳା ପ୍ରତି ଆଜି ଆପଣଙ୍କ ରୁଚି ରହିବ। ପ୍ରିୟ ପାତ୍ରଙ୍କ ସହିତ ସମୟ ଭଲରେ କଟିବ।

ମକର : ଆଜି ଆପଣଙ୍କ ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ପରିବାରରେ ଝଗଡ଼ା ନ ହେଉ, ଏହାର ଧ୍ୟାନ ରଖିବେ। ଶରୀରରେ ଫୂର୍ତ୍ତି ତଥା ଊର୍ଜାର ଅଭାବ ହୋଇପାରେ। କୌଣସି ଅର୍ଥ ଦେବା ନେବାରୁ ଦାୟିତ୍ୱହୀନତାରୁ ବଞ୍ଚନ୍ତୁ। ଅଧିକ ଲାଭରୁ ଲୋଭରେ ହାନି ନ ହେଉ ଏହାର ଧ୍ୟାନ ରଖିବେ।

କୁମ୍ଭ : ଆଜି ଆପଣ ମାନସିକ ରୂପରେ ବହୁତ ହାଲୁକା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶିକରି କୌଣସି ନୂଆ କାର୍ଯ୍ୟ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କର ଭେଟ ହେବ ଏବଂ ଛୋଟ ପ୍ରବାସର ଆୟୋଜନ ମଧ୍ୟ ହୋଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ମଧ୍ୟ ପ୍ରାପ୍ତ ହେବ।

ମୀନ : ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। କାହା ସହିତ ଯୁକ୍ତି କିମ୍ବା ମନମାଳିନ୍ୟ ହେବାର ଆଶଂକା ଅଛି। ଧନ ଦବା-ନବାରେ ସାବଧାନ ରହିବେ। ସ୍ଵଜନମାନଙ୍କ ସହିତ ମତପାର୍ଥକ୍ୟ ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ।

LEAVE A REPLY

Please enter your comment!
Please enter your name here