ପିସିସିର ଜିଲ୍ଲା ମୁଖ୍ୟ ସଂଗଠକ ଓ ମହିଳା ସଂଗଠକ ନିଯୁକ୍ତି

0
36

ଭୁବନେଶ୍ୱର: ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିରେ ଥିବା ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୪ଟି ଜିଲ୍ଲା ବୌଦ୍ଧ, କଟକ, ବାଲେଶ୍ୱର, ଗଜପତିକୁ ଛାଡ଼ିଦେଲେ ଅନ୍ୟ ସାଂଗଠନିକ ଜିଲ୍ଲା ମାନଙ୍କରେ ମୁଖ୍ୟ ସଂଗଠକ ମାନଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୭ଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ମହିଳା ସଂଗଠକଙ୍କୁ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ ପିସିସି ପକ୍ଷରୁ ବିଧି ବଦ୍ଧ ଭାବେ ତାଲିକା ପ୍ରକାଶ ପାଇଛି।

ରାୟଗଡ଼ା ଜିଲ୍ଲା ପାଇଁ ଜିଲ୍ଲା ମୁଖ୍ୟ ସଂଗଠକ ଭାବେ ଅନିଲ କୁମାର ଜୈନ ଏବଂ ବିଦୁଷୀ ଶବରଙ୍କୁ ମହିଳା ସଂଗଠକ ଭାବେ ନିଯୁକ୍ତି ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ପାଇଁ ସେକ‌୍‍ ଚାନ୍ଦ ଉସମାନୀଙ୍କୁ ମୁଖ୍ୟ ସଂଗଠକ ଭାବେ ଏବଂ ମୀନା କୁମାର ମାଝୀଙ୍କୁ ମହିଳା ସଂଗଠକ ଭାବେ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ମାଲକାନଗିରି ଜିଲ୍ଲା ପାଇଁ ସରୋଜ କୁମାର ପାତ୍ର ଏବଂ ଗାୟତ୍ରୀ ନାୟକ, କୋରାପୁଟ ଜିଲ୍ଲା ପାଇଁ ବାଲାଜୀ ମାଦଳ ଓ ଅନିତା ନାୟକ, ଗଂଜାମ ଜିଲ୍ଲା ପାଇଁ କିଶୋର କାପୁର ଓ ଅନୁସୂୟା ଦେବୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ଜୟଦେବ ବେହେରା ଓ ସୁଶ୍ରୀ ଚିନ୍ମୟୀ ବଳିୟାର ସିଂ, ନୟାଗଡ଼ ଜିଲ୍ଲା ପାଇଁ ଧିରେନ‌୍‍ ଦାସ ଓ ରୀତା ବଳବନ୍ତ ରାୟ, ପୁରୀ ପାଇଁ ସୁବ୍ରତ କୁମାର ମିଶ୍ର ଏବଂ କୁମୁଦିନୀ ସହୁ, ଭୁବନେଶ୍ୱର ମଂଟୁ ମଲ୍ଲିକ ଓ ସନ୍ତୋଷୀ ପାସା, ରାଉରକେଲା ପାଇଁ ବିନୋଦ କୁମାର ରାଉତ ଓ ଅନୀତା ପୁଷ୍ପା ହେମ୍ୱ୍ମଙ୍କୁ ଜିଲ୍ଲା ମୁଖ୍ୟ ସଂଗଠନ ଓ ମହିଳା ସଂଗଠକ ଭାବେ ନିଯୁକ୍ତି ଦିଆଯାଇଛି।

ଅପରପକ୍ଷରେ ମୟୁରଭଂଜ ଜିଲ୍ଲା ପାଇଁ ଅଶୋକ ସାହୁ ଓ ସଂଯୁକ୍ତା ବାରିକ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଭୀଷ୍ମ ଦେବ ସିଂ ଓ ଧନୀ ଡୁଙ୍ଗ ଡୁଙ୍ଗ, ସମ୍ୱଲପୁର ପାଇଁ ନବ କିଶୋର ଭଟ୍ଟ ଓ ବିନୋଦିନୀ ଦିପ, ବଲାଙ୍ଗୀର ଜିଲ୍ଲା ପାଇଁ ଅସିତ କୁମାର ମିଶ୍ର ଓ ଅନ୍ନପୂର୍ଣ୍ଣ ଗଦିଆ, ନୂଆପଡ଼ା ଜିଲ୍ଲା ପାଇଁ ଜଗଦ୍ଦୀଶ ସାହୁ ଓ ରଶ୍ମି ଶର୍ମା, ବରଗଡ଼ ଜିଲ୍ଲା ପାଇଁ ନିରଜ ନନ୍ଦ ଦାସ ଓ ଗୁରୁବାରୀ ଭୋଇ, ଅନୁଗୋଳ ଜିଲ୍ଲା ପାଇଁ ବିଚ୍ଛା ନନ୍ଦ ସାମଲ ଓ ସ୍ୱପ୍ନା ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଜୟଦେବ ପରିଡ଼ା ଓ ଦୁର୍ଗାବତୀ ସାହୁ, ଯାଜପୁର ଜିଲ୍ଲା ପାଇଁ ଶ୍ରୀକାନ୍ତ ମଲ୍ଲିକ ଓ ତିଳୋତମା ପରିଡ଼ା, ଜଗତସିଂହପୁର ଜିଲ୍ଲା ପାଇଁ ଡ. ଜଗଦାନନ୍ଦ ବେହେରା ଓ ମାନସୀ ନନ୍ଦ, କେଉଁଝର ଜିଲ୍ଲା ପାଇଁ ସୁଶାନ୍ତ କୁମାର ମହାପାତ୍ର ଓ କଇଁଫୁଲ ଦେହୁରୀ, ଝାରସୁଗୁଡ଼ା ପାଇଁ ଅଶୋକ କୁମାର ପଟେଲ ଓ ଜ୍ୟୋକ୍ଟା ବଗର୍ତୀ, ଦେବଗଡ଼ ଜିଲ୍ଲା ପାଇଁ ଅମିତ କୁମାର ରଣଜିତ ଓ ମମତା ପାତ, ଭଦ୍ରକ ଜିଲ୍ଲା ପାଇଁ ଏସ.କେ. ନଇମ, କନ୍ଧମାଳ ଜିଲ୍ଲା ପାଇଁ ହରେକୃଷ୍ଣ ମଲ୍ଲିକ ଓ ଚଂଚଳା ନାୟକ, କଳାହାଣ୍ଡି ଜିଲ୍ଲା ପାଇଁ ସନ୍ତୋଷ ଆଚାର୍ଯ୍ୟ ଓ କୁନି ପୂଜାରୀ, କଟକ ସିଟି ପାଇଁ ଧିରେନ୍ଦ୍ର ସେଠୀ ଓ ସୁଲୋଚନା ବେଗମ, ଢେଙ୍କାନାଳର ଜିଲ୍ଲା ମୁଖ୍ୟ ସଂଗଠକ ଘୋଷଣା କରାଯାଇନଥିଲା ବେଳେ ମହିଳା ସଂଗଠକ ଧରିତ୍ରୀ ସାହୁଙ୍କ ନାମ ଘୋଷଣା କରାଯାଇଛି। ସୋନପୁର ଜିଲ୍ଲା ପାଇଁ ସନ୍ତୋଷ କୁମାର ପ୍ରଧାନଙ୍କୁ ମୁଖ୍ୟ ସଂଗଠକ ଭାବେ ଘୋଷଣା କରାଯାଇଥିଲା ବେଳେ ମହିଳା ସଂଗଠକ ନାମ ଘୋଷଣା କରାଯାଇନାହିଁ। ସେହିପରି ବୌଦ୍ଧ, କଟକ, ବାଲେଶ୍ୱର, ଗଜପତି ଜିଲ୍ଲା ପାଇଁ କୌଣସି ଜିଲ୍ଲା ମୁଖ୍ୟ ସଂଗଠକ ବା ମହିଳା ସଂଗଠକ ନାମ ଘୋଷଣା କରାଯାଇ ନାହିଁ।

LEAVE A REPLY

Please enter your comment!
Please enter your name here