ସରକାରୀ ସୁବିଧାରୁ ବଞ୍ଚିତ କେଳାସାହି

0
42

ରଘୁନାଥପୁର : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ ବହୁ ଜନକଲ୍ୟାଣ ଯୋଜନା ପ୍ରଚଳନ କରିଛନ୍ତି । ସରକାରୀ କର୍ମଚାରୀଙ୍କର ବୈମାତୃକ ମନୋଭାବ ଯୋଗୁ ସମସ୍ତ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚିପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରଘୁନାଥପୁର ବ୍ଲକ ତରିକୁନ୍ଦ ପଞ୍ଚାୟତର ବେରାମପୁର କେଳାସାହି ଅଧିବାସୀ ।
ଏହି ବେରାମପୁର କେଳାସାହିରେ ଆଜିକୁ ୫୦ ବର୍ଷ ହେଲା ୮ଟି ଗରିବ ହରିଜନ କେଳା ପରିବାର ସେଠାରେ ସରକାରୀ ଜମିରେ ଭଙ୍ଗା କୁଡ଼ିଆ ଘର ନିଜ ହାତରେ ନିର୍ମାଣ କରି ବହୁ କଷ୍ଟରେ ସେମାନଙ୍କର ପରିବାର ସହ ଜୀବନ କଟାଉଛନ୍ତି । ସେମାନେ ଇନ୍ଦିରା ଆବାସ, ମୋ କୁଡ଼ିଆ, ବାର୍ଦ୍ଧକ୍ୟ ଭତ୍ତା, ଅନ୍ତୋଦ୍ୱୟ, ଅନ୍ନପୂର୍ଣ୍ଣା ଆଦି ଯୋଜନାରୁ ସେମାନେ ବଞ୍ଚିତ । ଏମାନେ ଭୂମିହୀନ ହୋଇଥିଲେ ମଧ୍ୟ ଏମାନଙ୍କୁ ଜମିପଟ୍ଟା ଦିଆଯାଇ ନାହିଁ । ଏହି ଗରିବ ପରିବାର ମୂଲ ଲାଗି ପେଟ ପୋଷୁଥିଲେ ମଧ୍ୟ ସେମାନଙ୍କୁ ବିପିଏଲ୍ ତାଲିକାଭୁକ୍ତ କରାଯାଇନାହିଁ । ଏହି ବେରାମପୁର କେଳାସାହିରେ ଗୁରୁବାରି ପ୍ରଧାନ, ପାକନ ପ୍ରଧାନ, କାଳିଆ ପ୍ରଧାନ, କାଙ୍ଗାଳି ପ୍ରଧାନ, ମାଧବ ପ୍ରଧାନ, ବଳିଆ ପ୍ରଧାନ, ଗୌରା ପ୍ରଧାନ, ସୁକାନ୍ତି ପ୍ରଧାନ ଏଠାରେ ଭଙ୍ଗା ଦଦରା କୁଡ଼ିଆ ଘରେ ରହୁଛନ୍ତି । ସେମାନଙ୍କୁ ସରକାରଙ୍କର କୌଣସି ଜନକଲ୍ୟାଣ ଯୋଜନାରେ ସାମିଲ କରାଯାଇନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଗରିବ ହରିଜନ କେଳା ପରିବାରଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here