୩ ଜଣଙ୍କୁ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ

0
63

ଭୁବନେଶ୍ୱର: ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନୟାଗଡ ଜିଲାର ୩ଜଣଙ୍କୁ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଗୁରୁବାର ନିଲମ୍ବନ କରାଯାଇଛି। ଜିଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, ପ୍ରଦୀପ ଜେନା ଓ ସ୍ନେହ ରଞ୍ଜନ ଦାସ ଜୟସିଂହଙ୍କୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଲମ୍ବନ କରିଥିବା ଜଣାପଡ଼ିଛି। ସେହିପରି କେନ୍ଦୁଝର ଜିଲାର ଅଖିଳ କୁମାର ପାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here