ଲୋକାୟୁକ୍ତ ନିଯୁକ୍ତି ନେଇ ପ୍ରଶ୍ନ ଉଠ।ଇଲେ ନିରଞ୍ଜନ

0
30

ଭୁବନେଶ୍ୱର: ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ର।ଜ୍ୟ ସରକାର କେବେ ଲୋକାୟୁକ୍ତ ନିଯୁକ୍ତି କରିବେ ତାହା ତୁରନ୍ତ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ନିରଞ୍ଜନ କହିଛନ୍ତି କେନ୍ଦ୍ର ଓ ରାଜ୍ୟସ୍ତରରେ ଲୋକାୟୁକ୍ତ ନିଯୁକ୍ତି ନେଇ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏହାକୁ ବିରୋଧ କରି ଗତ ମାର୍ଚ୍ଚ ୧୮ ତାରିଖରେ ନୂଆଦିଲ୍ଲୀସ୍ଥିତ ରାମଲୀଳା ମୈଦାନରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଅନଶନ କରିଥିଲେ ଏବଂ ସେହିମାସ ୨୩ ତାରିଖରେ ସୁପ୍ରିମ୍କୋର୍ଟ ମାମଲାର ଶୁଣାଣି ହୋଇଥିଲା ।
ମାନ୍ୟବର ସର୍ବୋଚ୍ଚ ଅଦାଲତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଲୋକାୟୁକ୍ତ ଅଥବା ଉପ ଲୋକାୟୁକ୍ତ ନିଯୁକ୍ତି କାହିଁକି କରାଯାଇନାହିଁ ଏବଂ ଉକ୍ତ ପଦବିଗୁଡ଼ିକୁ ପୂରଣ କରିବା ଦିଗରେ କି ପଦକ୍ଷେପ ନିଆଯାଇଛି ତାହା ଜାଣିବାକୁ ପିସିସି ସଭାପତି ନିରଞ୍ଜନ ପ୍ରଶ୍ନ କରିଥିଲେ । ସେ ଆହୁରି ମଧ୍ୟ କହିଲେ ଓଡ଼ିଶାରେ ଲୋକାୟୁକ୍ତ ଅଛି କି ନାହିଁ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରୁ ନ ଥିବାରୁ ମାନ୍ୟବ ସର୍ବୋଚ୍ଚ ଅଦାଲତ ରାଜ୍ୟର ମୁଖ୍ୟ ଶାସନସଚିବଙ୍କୁ ଏକ ସତ୍ୟପାଠ ଦାଖଲ କରି ରାଜ୍ୟରେ ଲୋକାୟୁକ୍ତ ଅଥବା ଉପ ଲୋକାୟୁକ୍ତଙ୍କ ତପ୍ତର କାର୍ଯ୍ୟକରୁଛି କିି ନାହିଁ ତାହା ଜଣାଇବାକୁ କହିଥିଲେ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୨ ତାରିଖରେ ସତ୍ୟପାଠ ଦାଖଲ କରାଯାଇଥିଲା । ସେଥିରେ ରାଜ୍ୟ ସରକାର ଯେଉଁ ତଥ୍ୟ ପ୍ରଦାନ କରିଥିଲେ ସେହି ଆଧାରରେ ଲୋକାୟୁକ୍ତ ଅଥବା ଉପଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରୀୟା ଜୁଲାଇ ୧୦ ତାରିଖକ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ବିଷୟ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ୍ କୌଣସି ଠୋସ ପଦକ୍ଷେପ ଗ୍ରହଣ କର।ଯ।ଇନ।ହିଁ ।

LEAVE A REPLY

Please enter your comment!
Please enter your name here