କୋରାପୁଟରେ ବିଜେଡ଼ିରେ ଦଳୀୟ କନ୍ଦଳ

0
78

ଭୁବନେଶ୍ୱର :- ବଲାଙ୍ଗୀର ପରେ କୋରାପୁଟରେ ବିଜେଡ଼ିରେ ଦଳୀୟ କନ୍ଦଳ ଦେଖାଦେଇଛି । ବ୍ଲକ ସଭାପତି ସାହେବ ଖିଲ୍ଲ ରାଜ୍ୟସ୍ତରୀୟ ନେତାଙ୍କ ବିରୁଦ୍ଧରେ ବିଷୋଦଗାର କରିବା ଫଳରେ ଏହି କନ୍ଦଳ ଦେଖାଦେଇଛି । ସେ ଅଭିଯୋଗ କରିଛନ୍ତି ଯେ, କୋରାପୁଟ ଦାୟିତ୍ୱରେ ଥିବା ରାଜ୍ୟସ୍ତରୀୟ ନେତା ଦଳୀୟ ସଂଗଠନକୁ ଖରାପ କରୁଛନ୍ତି । ଏପରିକି ଦଳର ବାହାର ନେତା ବିଭିନ୍ନ ପ୍ରକାରର କେଁ ପୂରାଉଛନ୍ତି । କୋରାପୁଟ ଦାୟିତ୍ୱରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ତେଜସ୍ୱର ପରିଡ଼ା ରହିଛନ୍ତି । ଦଳରେ ଅଣ ଦେଖା କରାଯାଉଛି । ଯେଉଁ ପର୍ଯ୍ୟବେକ୍ଷକମାନେ ରହିଛନ୍ତି ସେମାନେ ମଧ୍ୟ ପାତର ଅନ୍ତର କରୁଛନ୍ତି । ପାତର ଅନ୍ତର କରୁଥିବା ଉପରେ ଶ୍ରୀ ଖିଲ୍ଲ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସଭାପତି ଏ ଦିଗରେ କୌଣସି ଦୃଷ୍ଟି ନ ଦେଲେ ଦଳରୁ ଇସ୍ତଫା ଦେବା ପାଇଁ ସେ ଧମକ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here