ବନ୍ଧୁକ ଚାଳନା ଶିକ୍ଷା ବେଳେ ସିଆରପିଏଫ ଗୁଳି ରେ ବୃଦ୍ଧା ଗୁରୁତର

0
85

ଅନୁଗୁଳ- ବନ୍ଧୁକ ଚାଳନା ଶିକ୍ଷା ବେଳେ ସିଆରପିଏଫ ର ଗୁଳି ରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧାଙ୍କ ଛାତିରେ ଗୁଳି ବାଜିଛି । ସମ୍ପୃକ୍ତ ବୃଦ୍ଧା ଘରେ ଥିବାବେଳେ କାନ୍ଥ ଭେଦକରି ଏକ ଗୁଳି ତାଙ୍କ ଛାତିରେ ବାଜିଥିଲା । ଗୁରୁତର ଆହତ ବୃଦ୍ଧା ହେଉଛନ୍ତି ଶରଧାପୁର ମଣ୍ଡା ସାହିର ବଦଳୀ ମିଶ୍ର(୮୯) । ବନ୍ଧୁକ ଚାଳନା ଶିକ୍ଷା ପାଇଁ ପୁଲିସ୍ ଠାରୁ ଅନୁମତି ନେଇ ଶରଧାପୁର ଫାୟାରିଂ ରେଂଜ ରେ ବନ୍ଧୁକ ଚାଳନା ଶିକ୍ଷା ଚାଲିଥିଲା  ବେଳେ ଏହି ଅଘଟଣ ଘଟିଛି ।  ଗୁରୁତର ବୃଦ୍ଧାଙ୍କୁ ଅନୁଗୁଳ  ହସପିଟାଲ ରେ ଭର୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here