ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତା ପରିମାଣ ୧୫୦୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆପ୍ ଦାବି

0
60

ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତା ପରିମାଣ ୧୫୦୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆପ୍ ଦାବି କରିଛି । ଏଥିପାଇଁ ଆପ୍ ଓଡ଼ିଶା ପକ୍ଷରୁ ଆଜି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଭତା ବୃଦ୍ଧି ଦାବିରେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଆଜି ପାୱାର ହାଉସ ଛକଠାରୁ ମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଜିଲ୍ଲା ସ୍ତରରୁ ସଂଗ୍ରହ କରାଯାଇଥିବା ୧୦ ହଜାରରୁ ଊଦ୍ଧ୍ୱର୍ ଦସ୍ତଖତ ସମ୍ବଳିତ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଥିପୂର୍ବରୁ ଆପ୍ ପକ୍ଷରୁ ଭତା ବୃଦ୍ଧି ଲାଗି ସପ୍ତହେବ୍ୟାପୀ ଦସ୍ତଖତ ଅଭିଯାନ ଚଳାଯାଇଥିଲା ।

ବର୍ତମାନ ଦରଦାମ ବୃଦ୍ଧି ଯୋଗୁ ସର୍ବନିମ୍ନ ଜୀବନଧାରଣର ମାନ ବଜାୟ ରଖିବା ପାଇଁ ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଏବଂ ଅସହାୟ ଅବିବାହିତ ମହିଳାଙ୍କୁ ମିଳୁଥିବା ମାସିକ ଭତା ୩୦୦ ଟଙ୍କାରୁ ବୃଦ୍ଧି କରି ୧୫୦୦ ଟଙ୍କା କରିବା ପାଇଁ ଦଳ ଆନ୍ଦୋଳନ ଚଳାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦିଲ୍ଲୀରେ ଥିବା ଆପ୍ ସରକାର ବର୍ଷକୁ ତଳୁ ଭତାର ସର୍ବନିମ୍ନ ପରିମାଣ ୨ହଜାର ଟଙ୍କା କରିସାରିଛନ୍ତି । ଆଜିର ଏହି ଶୋଭାଯତ୍ରା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଆପ୍ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ପ୍ରଭାରୀ ଖେମ୍ ଚାନ୍ଦ ଜାଗିରଦାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ୬୦ରୁ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ମାସିକ ୩୦୦ ଟଙ୍କା କରି ଭତା ମିଳୁଥିବା ବେଳେ ୮୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ୫୦୦ ଟଙ୍କା କରି ମିଳୁଛି ।

LEAVE A REPLY

Please enter your comment!
Please enter your name here