ଆଜିର ର।ଶିଫଳ

0
37

ମେଷ : ଆଜି ଆପଣ ଘରର କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ ତରଫରୁ ସମ୍ମାନ ମିଳିପାରେ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ବୃଷ : ବିଦେଶରେ ସ୍ଥିତ ସ୍ନେହୀଜନ ତଥା ମିତ୍ରମାନଙ୍କର ସମାଚାର ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ। ଲମ୍ବା ଯାତ୍ରାର ଆୟୋଜନ ହୋଇପାରେ। କାର୍ଯ୍ୟାଳୟ କିମ୍ବା ବ୍ୟାପାର ସ୍ଥଳ ଉପରେ କାର୍ଯ୍ୟଭାର ଅଧିକ ହୋଇପାରେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

ମିଥୁନ : ଦିନ ମିଶ୍ରିତ ଫଳଦାୟୀ ପ୍ରମାଣିତ ହେବ। ଅଧୂରା କାର୍ଯ୍ୟ ପୂରା ହେବ। ସ୍ଵାସ୍ଥ୍ୟ ଉତ୍ତମ ରହିବ। କ୍ରୋଧରେ ହାନି ହେବାର ଆଶଂକା ଅଛି। ମସ୍ତିସ୍କ ଶାନ୍ତ ରଖିବେ। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ଶାରୀରିକ ଏବଂ ମାନସିକ ରୂପରେ ଆଜି ଆପଣ ଚିନ୍ତିତ ହୋଇପାରନ୍ତି।

କର୍କଟ : ଆଜିର ଦିନ ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦପୂର୍ବକ ବିତାଇ ପାରିବେ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଧିକ। ଭାଗିଦାରୀରେ ଲାଭ ହେବ। ଯାତ୍ରା ଏବଂ ପର୍ଯ୍ୟଟନର ସ୍ମୃତି ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତ ହେବ।

ସିଂହ : ମାନସିକ ରୂପରେ ମନ ବ୍ୟଗ୍ର ହୋଇପାରେ। ଆଜି ମନ ଭାରୀ ହୋଇପାରେ। କୌଣସି କାରଣବଶତଃ ଦୈନିକ କାର୍ଯ୍ୟଗୁଡ଼ିକରେରେ ବିଧ୍ନ ଆସିପାରେ। ବ୍ୟବସାୟରେ ସହକର୍ମିମାନଙ୍କର ସହଯୋଗ ବରାବର ମିଳିବ ନାହିଁ।

କନ୍ୟା : ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ସମୟ କଠିନ ଅଟେ। ସନ୍ତାନମାନଙ୍କର ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଶେୟାର କିମ୍ବା ସଟ୍ଟାରୁ ସମ୍ଭାଳିକରି ଚାଲନ୍ତୁ। ମନରେ ଖିନ୍ନତା ଅନୁଭବ ହୋଇପାରେ। ଆଜି ବୌଦ୍ଧିକ ଚର୍ଚ୍ଚାରେ ଓହ୍ଲାନ୍ତୁ ନାହିଁ। ମହିଳା ମିତ୍ରମାନଙ୍କ ଉପରେ ଖର୍ଚ୍ଚ କିମ୍ବା କ୍ଷତିଗ୍ରସ୍ତ ହେବାର ଆଶଂକା ଅଛି।

ତୁଳା : ଆଜି ଆପଣ ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ କରିପାରନ୍ତି। ମାତାଙ୍କର ବିଷୟରେ ଚିନ୍ତା ହୋଇପାରେ। ରିୟଲ ଇଷ୍ଟେଟ ସମ୍ବନ୍ଧିତ କାଗଜପତ୍ର କାର୍ଯ୍ୟ ସାବଧାନରେ କରନ୍ତୁ। ଯଦି ସମ୍ଭବ ତେବେ ଯାତ୍ରାକୁ ଟାଳି ଦିଅନ୍ତୁ ପରେ ଯାତ୍ରା କରିପାରନ୍ତି। ପାରିବାରିକ ବାତାବରଣରେ କଳହ ହୋଇପାରେ।

ବିଚ୍ଛା : ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ। ଦିନର ପ୍ରସନ୍ନତା ରହିବ। ଭାଇ-ବନ୍ଧୁମାନଙ୍କ ସହିତ ଆବଶ୍ୟକ ଚର୍ଚ୍ଚା କରିବେ। ଆର୍ଥିକ ଲାଭ ତଥା ଭାଗ୍ୟବୃଦ୍ଧିର ଯୋଗ ଅଛି। ଛୋଟ ପ୍ରବାସର ଆୟୋଜନ ହୋଇପାରେ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। କାର୍ଯ୍ୟରେ ସଫଳତା ମିଳିବ।

ଧନୁ : ମନ ଦ୍ୱନ୍ଦ୍ୱରେ ଫସି ରହିପାରେ। ପାରିବାରିକ ବାତାବରଣ କ୍ଲେଶପୂର୍ଣ୍ଣ ହୋଇପାରେ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ ନ କରିବାରୁ ମନରେ ହତାଶା ହୋଇପାରେ। କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟକୁ ଆଜି ନ କରିବା ପାଇଁ ଉପଦେଶ। ଘର କିମ୍ବା ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ।

ମକର : ଆଜି ସକାଳେ ମନ ପ୍ରଫୁଲ୍ଲିତ ରହିବ। ଧାର୍ମିକ ରୂପରେ ପୂଜାବିଧି ମଧ୍ୟ ଆପଣ କରି ପାରିବେ। ପାରିବାରିକ ବାତାବରଣ ମଙ୍ଗଳମୟ ରହିବ। ମିତ୍ର, ସ୍ନେହୀଜନମାନଙ୍କ ଉପହାର ପ୍ରାପ୍ତ କରିବେ। ବ୍ୟବସାୟ ଏବଂ ବ୍ୟାପାରରେ ଆପଣଙ୍କ ପ୍ରଭାବ ରହିବ।

କୁମ୍ଭ : ପରିଜନମାନଙ୍କ ସହିତ କଳହ ହେବାର ଆଶଂକା ଅଛି। ଧନର ନେବାଦେବା କିମ୍ବା ପୁଞ୍ଜି ନିବେଶ କରିବା ସମୟରେ ଧ୍ୟାନ ରଖିବେ। କୋର୍ଟକଚେରୀ କାର୍ଯ୍ୟରେ ସମ୍ଭାଳିକରି ଚାଲନ୍ତୁ। ଖର୍ଚ୍ଚର ମାତ୍ରା ଅଧିକ ହୋଇପାରେ। ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ : ଆଜି ଆକସ୍ମିକ ଧନଲାଭର ସମ୍ଭାବନା ଅଧିକ ଅଛି। ସନ୍ତାନମାନଙ୍କ ବିଷୟରେ ଶୁଭ ସମାଚାର ପ୍ରାପ୍ତ ହେବ। ପୁରୁଣା ମିତ୍ରମାନଙ୍କ ସହିତ ସାକ୍ଷାତ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ରୂପରେ ଲାଭ ହେବ। କୌଣସି ରମଣୀୟ ସ୍ଥଳକୁ ଯାତ୍ରା କରିପାରନ୍ତି।

LEAVE A REPLY

Please enter your comment!
Please enter your name here