କାଲି ଆସିବେ ଅମିତ ଶାହ : ୨୦୧୯ ନିର୍ବାଚନ ଲାଗି ହେବ ରଣନୀତି

0
21

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ କାଲି ଓଡିଶା ଗସ୍ତରେ ଆସୁଛନ୍ତି । ସବୁଥର ଅପେକ୍ଷା ଅମିତ ଶାହଙ୍କ ଏଥର ଓଡିଶା ଗସ୍ତ ଭିନ୍ନ ଗୁରୁତ୍ୱ ରଖୁଛି । ଏଥର ଅମିତ ଓଡିଶାରେ କୈଣସି ସଭା କି ଶୋଭାଯାତ୍ରାରେ ଯୋଗଦେବେ ନାହିଁ । ଭୁବନେଶ୍ୱରେ ରହି ଦଳୀୟ ସଙ୍ଗଠନ ସ୍ଥିତି ସମୀକ୍ଷା କରିବା ସହ ୨୦୧୯ ସାଧାରଣ ନିର୍ବାଚନ ଲାଗି ରମନୀତି ତିଆରି କରିବେ । କବାଟ କିଳା ବୈଠକରେ ପୃଥକ ପୃଥକ ଭାବେ ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିବେ ଶାହ । ଏହି ଗସ୍ତ ଅବସରରେ ଉପକୂଳ ଓଡିଶାର ୩ ପ୍ରମୁଖ ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ସ୍ଥିତିରେ ତଦାରଖ କରିବେ ଶାହ । ଭୁବନେଶ୍ୱର, କଟକ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ୨୧ ବିଧାନସଭା ନିର୍ବାଚନ କ୍ଷେତ୍ରର ଦଳୀୟ ନେତାଙ୍କ ସହ ସଂଗଠନ ନେଇ ଆଲୋଚନା କରିବେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କ୍ଲଷ୍ଟର ଭିତ୍ତିରେ ବୈଠକ ହେବ । ଦଳର ତୃଣମୂଳ ସ୍ତରର ସଂଗଠନ ସ୍ଥିତି ପରଖିବେ । ଏଥିଲାଗି ବିଜେପିର ପଞ୍ଚାୟତ ପ୍ରମୁଖଙ୍କୁ ଭେଟିବେ । ବୁଥ ସ୍ତରରେ କମିଟି ଗଠନ ସଂପର୍କରେ କଥା ହେବେ । ଏହା ସହ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାର ବାସ୍ତବତା ଅନୁଧ୍ୟାନ କରିବେ ଶାହ । ଏହା ସହ ଦଳର ବିସ୍ତାରକଙ୍କୁ ପୂର୍ବରୁ ଦେଇଥିବା ଦାୟିତ୍ୱ କେତେ କାର୍ଯ୍ୟକାରୀ ହୋଇଛି ତାହା ମଧ୍ୟ ପଚାରି ବୁଝିବେ ବୋଲି ସୂଚନା ମିଳିଛି ।
୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଇବା ଦଳ କେତେ ପ୍ରସ୍ତୁତ, ନେତାଏ କେତେ ପାରିବାର ତାର ସମୀକ୍ଷା କରିବେ ମୁଖିଆ । ଏହାସହ ପୂର୍ବଥରର ଓଡ଼ିଶା ଗସ୍ତ ସମୟରେ ଶାହ ଦେଇଥିବା ଟାସ୍କ କେତେଦୂର ପୂରଣ ହୋଇଛି ତାର ମଧ୍ୟ ହିସାବ ନିକାସ ହେବ । ଦଳର ବରିଷ୍ଠ ନେତା ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ସହ ବୈଠକ କରି ସାଂଗଠନିକ କାର୍ଯ୍ୟ ସଂପର୍କରେ ଶାହ ଅସେଲାଚନା କରିବେ ବୋଲି କୁହାଯାଉଛି ।
ଗତ ଏପ୍ରିଲରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ଅମିତ ଶାହ । ପୂର୍ବ ଗସ୍ତ ସମୟରେ ଫୋକସରେ ଥିଲା ପଶ୍ଚିମ ଓଡ଼ିଶା । ୪ ଏପ୍ରିଲରେ କଳାହାଣ୍ଡିରେ ପଶ୍ଚିମ ଓଡିଶାର ପଞ୍ଚାୟତ ପ୍ରମୁୁଖଙ୍କ ସହ ସିଧା ଆଲୋଚନା କରିଥିଲେ ଅମିତ । ୫ ଏପ୍ରିଲରେ ଶାହ ବଲାଙ୍ଗୀରରେ ଯୁବ ସମାବେଶରେ ସରକାର ବିରୋଧରେ ଲଢିବାକୁ ଆହ୍ୱାନ ଦେଇ ୨୦୧୯ ନିର୍ବାଚନରେ ବିଜେପି ୧୨୦ ନୁହେଁ ବରଂ ତା’ଠାରୁ ଅଧିକ ଆସନରେ ବିଜେପି ବିଜୟ ଲାଭ କରିବ ବାଲି ଦୃଢ଼ୋକ୍ତି କରିଥିଲେ । କବାଟକିଳା ବୈଠକରେ ଦଳର ନେତାଙ୍କ ସହ ଆଲୋଚନା କରି ସଂଗଠନ କାମର ହିସାବ ନେଇଥିଲେ ।
ଆଗାମୀ ନିର୍ବାଚନରେ ଓଡିଶା ଦଖଲ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରୁ ଜଣାପଡୁଛି ।

LEAVE A REPLY

Please enter your comment!
Please enter your name here