ଗୁମୁଡୁମାହା ଗୁଳିକାଣ୍ଡ ଘଟଣା, ଖୋଦ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ: ଧର୍ମେନ୍ଦ୍ର ପ୍ରଧାନ

0
61

ଭୁବନେଶ୍ୱର: ଗୁଡୁମୁହା ଗୁଳିକାଣ୍ଡକୁ ଦୁଇବର୍ଷ ପୂର୍ତ୍ତିର ଅବ୍ୟବହିତ ପୂର୍ବରୁ ଖୋଦ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳତାକୁ ସ୍ଥାଣୁ ଓ ଅପାରଗ କୁହାଯିବନି ତ ଆଉ କେଉଁ ଶବ୍ଦ ବ୍ୟବହାର କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ମତ ରଖି କହିଛନ୍ତି କେନ୍ତ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରି ସମ୍ବେଦନଶୀଳ ମାମଲାରେ ପ୍ରତିଶ୍ରୁତି ଦେଇ କ୍ରିୟାନ୍ୱିତ କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଥିବାରୁ ବିଳମ୍ବ ହେଲେ ବି ଦୋଷ ସ୍ୱୀକାର କରିବା ସହ ଓଡ଼ିଶାର ଏହି ସାଧାରଣ ଗରୀବ ଦଳିତ, ଜନଜାତି ଓ ଦୁର୍ଗମ ଜଙ୍ଗଳରେ ରହୁଥିବା ଓଡ଼ିଆମାନଙ୍କର ଦୁଃଖକୁ ସହୃଦୟତାର ରସହ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଏହି ପୋଷ୍ଟରରେ ମୁଖ୍ୟମନ୍ତ୍ରତୀଙ୍କୁ ନିବେଦନ କରିଛନ୍ତି ।ୟ
କନ୍ଧମାଳ ଜିଲ୍ଲା ଗୁମୁଡୁମାହାଠାରେ ଘଟିଥିବା ଗଣ ହତ୍ୟାର ଦୁଇ ବର୍ଷ ପୂର୍ତ୍ତି ଅବ୍ୟବହିତ ପୂର୍ବରୁ ଏହି ଗୁଳିକାଣ୍ଡରେ ଆହତ ଆଦିବାସୀ, ଦଳିତ ମହିଳା, ପୁରୁଷ ତଥା କ୍ଷତିଗ୍ରସ୍ତ ପରିବାର ଲୋକମାନେ ତାଙ୍କୁ ଭେଟିବା ସମୟରେ ସେମାନଙ୍କର କାନ୍ଦ ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି । ଦୁଇବର୍ଷ ପୂର୍ବେ ଜୁଲାଇ ୮ ତାରିଖରେ ଗୁମୁଡାମାହାଠାରେ ଅତର୍କିତ ପୋଲିସ୍ ଗୁଳିରେ ଆହତ ହୋଇ ପରେ ଚିକିତ୍ସା ପରେ ସୁସ୍ଥ ହୋଇôବା ମାତ୍ର ଅକର୍ମଣ୍ୟ ହେବା କାରଣରୁ ନିଜ ଜୀବିକା ଅର୍ଜନ କରିବାରେ ବିଫଳ ମହିଳାପୁରୁଷମାନଙ୍କଠାରୁ ସେଦିଦିନ ଲୋମହର୍ଷଣକାରୀ ଘଟଣା ଶୁଣି ପୁଣି ପୁରୁଣା ସ୍ମୃତି ତାଙ୍କୁ ବ୍ୟଥିତ କରୁଛି ବୋଲି କହିଛନ୍ତି ।
ଗୁଳିକାଣ୍ଡ ପରେ ବଞ୍ôଚ ଯାଇଥିବା ଲୋକମାନଙ୍କର ଜୀବନ ସଂଘର୍ଷର କାହାଣୀ ଆହୁରି କଷ୍ଟ ଓ ବେଦନାଦାୟକ । ଗଣତନ୍ତ୍ର ଓ ବିକ।।ର ଯୁଗରେ ଆଉ କାହାର ଭୁଲ୍ ପାଇଁ ଦଣ୍ଡ ଭୋଗୁଥିବା ଏହି ଲୋକମାନଙ୍କର ବର୍ତ୍ତମାନର ସ୍ଥିତିକୁ ସୁଧୁରା ଯ ିବା ପାଇଁ ପ୍ରତିଶ୍ରୁତି ଅନୁସାରେ ପଦକ୍ଷେପ ନ ନ ିଆଯିବା ଦୁଃଖ ଓ ପରିତାର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here