ଅଣସର ଘରେ ଚତୁର୍ଦ୍ଧାମୂରତି

0
56

ପୁରୀ: ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ସ୍ନାନ ମଣ୍ଡପରେ ୧୦୮ କୁମ୍ଭ ଜଳ ସ୍ନାନ ପରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଚତୁର୍ଦ୍ଧାମୂରତି।

ଅତ୍ୟଧିକ ସ୍ନାନ ଯୋଗୁଁ ଚତୁର୍ଦ୍ଧାବିଗ୍ରହ ଜ୍ୱରରେ ପଡ଼ିଛନ୍ତି। ଦଇତାପତି ସେବାୟତମାନେ ଚତୁର୍ଦ୍ଧାମୂରତିଙ୍କ ଗୁପ୍ତନୀତି ସେବା କରୁଛନ୍ତି।

ଆଜିଠାରୁ ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଅନବସର ନୀତି। ଏହି ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତାଙ୍କ ସ୍ଥାନରେ ତିନି ବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ।

ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରଭୁ ନାରାୟଣ, ବଳଭଦ୍ରଙ୍କ ବାଡ଼ରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ବାଡ଼ରେ ପୂଜା ପାଉଛନ୍ତି ଭୁବନେଶ୍ୱରୀ।

ସେପଟେ ଅନବସର ନୀତି ଯୋଗୁଁ ଶ୍ରୀମନ୍ଦିରରେ ଠାକୁର ଦର୍ଶନ ଦେଉନାହାନ୍ତି। ଏହି ସମୟରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here