କଂଗ୍ରେସରେ ଓଡ଼ିଶା ଜନମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବୀରକିଶୋର

0
72

ଭୁବନେଶ୍ୱର: ଓଡ଼ିଶା ଜନମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବୀରକିଶୋର ପରିଡା ଜନମୋର୍ଚ୍ଚା ଛାଡ଼ି ବୁଧବାର ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦାନ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ତାକୁ ସ୍ବାଗତ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ରୁଦ୍ର ରାଜୁ ଓ ଆଦିତ୍ୟ ଶର୍ମା, ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ, କଂଗ୍ରେସ ନେତା ବିଶ୍ୱଜିତ୍‌ ଦାସ, ସନ୍ତୋଷ ବଳ, ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉକି, ପରିଡ଼ା କଟକ ଜିଲା କିଶନନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ୨ ଥର ନିର୍ବାଚନ ଲଢ଼ିଥିଲେ। ପ୍ରଦେଶ କଂଗ୍ରେସ ପଛୁଆବର୍ଗ ବିଭାଗର ସହ ଅଧ୍ୟକ୍ଷ ଭାବେ ସେ ପୂର୍ବରୁ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେ କଂଗ୍ରେସ ଦଳରେ ପୁନଃ ଯୋଗ ଦେଇଛନ୍ତି ବୋଲି ପରିଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here