ଝାରସୁଗୁଡା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଉ: ନିରଞ୍ଜନ

0
54

ଭୁବନେଶ୍ୱର, ‘ଉଡାନ୍’ (ଉଡେ ଦେଶ୍ କା ଆମ୍ ନାଗରିକ) ଯୋଜନାରେ ସାମିଲ କରାଯାଇଥିବା ଓଡ଼ିଶାର ଝାରସୁଗୁଡା ବିମାନ ବନ୍ଦରକୁ ଓଡ଼ିଶାର ଜଣେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଂଜନ ପଟ୍ଟନାୟକ ଦାବି କରିଛନ୍ତି । ଏହି ମର୍ମରେ ଶ୍ରୀ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ନିକଟକୁ ପତ୍ରଲେଖି କହିଛନ୍ତି ଯେ ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱର ଗାଥା ଅତୁଳନୀୟ । ସେ ରାଜ୍ୟର ପଶ୍ଚିମାଂଚଳର ହୋଇଥିବାରୁ ଝାରସୁଗଡ଼ା ବିମାନ ବନ୍ଦରକୁ ତାଙ୍କ ନାମରେ ନାମିତ କରିବା ଉଚିତ ହେବ । ଏଥିସହିତ ପିସିସି ସଭାପତି ପ୍ରସ୍ତାବ ଦେଇ କହିଛନ୍ତି, ଯେଉଁ ବୀରପୁତ୍ରମାନେ ଆମ ଜାତି ଓ ଦେଶମାତୃକାର ସେବା କରିଯାଇଛନ୍ତି, ସେମାନଙ୍କ ନାମରେ ସର୍ବସାଧାରଣ ସ୍ଥଳ ଓ ସମ୍ପତ୍ତିଗୁଡ଼ିକର ନାମକରଣ କରାଯିବା ବିଧେୟ । ଉକ୍ତ ପତ୍ରର ନକଲ ପ୍ରଧାନମନ୍ତ୍ରୀଙ୍କ ଦପ୍ତର, ଶ୍ରୀଯୁକ୍ତ ଜୟନ୍ତ ସିହ୍ନା, ଭାରତ ସରକାର ବେସାମରିକ ବିମାନ ମନ୍ତ୍ରାଣାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭାରତ ସରକାର ବିମାନ ବନ୍ଦର କର୍ତ୍ତୃପକ୍ଷ ଅଧକ୍ଷ୍ୟ, ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ଏବଂ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟକୁ ମଧ୍ୟ ପଠାଯାଇଛି ।
ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ବିମାନବନ୍ଦରର ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି । ଏହା ଜୁଲାଇ ୫ ତାରିଖରୁ କାର୍ଯ୍ୟକ୍ଷମହେବା ପାଇଁ ଆପାତତଃ ତାରିଖ ନିର୍ଦ୍ଧାରଣ କରାଯାଇଛି । ଏହାଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ବିଶେଷ ଉପକୃତ ହୋଇପାରିବେ । ତେବେ ଏହାକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଗଲେ ତାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here